ଗାଜାରେ ପାଣି ସଂକଟ: ଅଶୁଦ୍ଧ ପାଣି ଯୋଗୁଁ ଯାଉଛି ଜୀବନ

ନୂଆଦିଲ୍ଲୀ: ଗାଜାରେ ନୂଆ ସଙ୍କଟ ଦେଖାଦେଇଛି । ଅଶୁଦ୍ଧ ପାଣି ଯୋଗୁଁ ବହୁ ଲୋକଙ୍କ ଜୀବନ ଯାଉଛି। ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଗାଜାରେ ଶୁଦ୍ଧ ପାଣିର ଅଭାବ ଏବଂ ଅପରିଷ୍କାର ଜଳ ଉତ୍ସ ଯୋଗୁଁ ବିଭିନ୍ନ ରୋଗ ବ୍ୟାପୁଛି, ଯାହା ଶିଶୁ ଓ ବୟସ୍କଙ୍କ ମୃତ୍ୟୁର କାରଣ ସାଜିଛି । ଅଞ୍ଚଳର ଅଧିକାଂଶ ଜଳ ଉତ୍ସ ଦୂଷିତ ହେବା ସହ ପାଣି ଶୁଦ୍ଧୀକରଣ ବ୍ୟବସ୍ଥା ମଧ୍ୟ ଧ୍ୱଂସ ହୋଇଛି । ଯୁଦ୍ଧ ଯୋଗୁଁ ଗାଜାରେ ପାଣି ଯୋଗାଣ ବନ୍ଦ ରହିଛି । ଦୂଷିତ ପାଣି ପିଇବା ଯୋଗୁଁ ଡାଇରିଆ, ହେପାଟାଇଟିସ୍ ଏ ଏବଂ ଅନ୍ୟାନ୍ୟ ଜଳଜନିତ ରୋଗ ବ୍ୟାପୁଛି, ଯାହା ଶିଶୁ ଓ ବୃଦ୍ଧଙ୍କ ପାଇଁ ଅଧିକ ଘାତକ ହେଉଛି । ସ୍ଥାନୀୟ ହସ୍ପିଟାଲଗୁଡ଼ିକରେ ଔଷଧ ମହଜୁଦ ଥିଲେ ମଧ୍ୟ ପାଣି ମିଳୁନି ।
Powered by Froala Editor