ଖୋଲିଲା ଭାରତର ପ୍ରଥମ AI ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ:ଉତ୍ତର ପ୍ରଦେଶର ଉନ୍ନାଓରେ ଭାରତର ପ୍ରଥମ ବେସରକାରୀ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଅର୍ଥାତ୍ AI ସମନ୍ୱିତ ବହୁ-ବିଷୟକ ବିଶ୍ୱବିଦ୍ୟାଳୟର ଶୁଭାରମ୍ଭ କରାଯାଇଛି । ଏହି ବିଶ୍ୱବିଦ୍ୟାଳୟଟି ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଦ୍ୱାରା ସ୍ଥାପିତ ହୋଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାର ଉଦଘାଟନ କରିଛନ୍ତି । ଏହି ପଦକ୍ଷେପ ରାଜ୍ୟରେ ଶିକ୍ଷା, ସୁରକ୍ଷା, କୃଷି, ପ୍ରଶାସନ ଏବଂ ଶିଳ୍ପ ଭଳି ବିଭିନ୍ନ କ୍ଷେତ୍ରରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ କାର୍ଯ୍ୟକାରୀ କରିବାର ଏକ ଅଂଶବିଶେଷ । "AI ପ୍ରଜ୍ଞା" ହେଉଛି ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ଯୋଜନା । ଏହାର ମୂଳ ଲକ୍ଷ୍ୟ ହେଉଛି ରାଜ୍ୟର ୧୦ ଲକ୍ଷ ଲୋକଙ୍କୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଡାଟା ଆନାଲିଟିକ୍ସ, ମେସିନ୍ ଲର୍ଣ୍ଣିଂ ଏବଂ ସାଇବର ସୁରକ୍ଷା କ୍ଷେତ୍ରରେ ପ୍ରଶିକ୍ଷିତ କରିବ । ଏହି ପ୍ରଶିକ୍ଷଣ ମାଇକ୍ରୋସଫ୍ଟ, ଇଣ୍ଟେଲ, ଗୁଗଲ୍ ଏବଂ ଗୁଭି ଭଳି ପ୍ରମୁଖ କମ୍ପାନିଗୁଡ଼ିକର ସହଭାଗିତାରେ ପ୍ରଦାନ କରାଯିବ । ପ୍ରତି ମାସରେ ୧.୫ ଲକ୍ଷ ଲୋକଙ୍କୁ ତାଲିମ ଦେବାର ଲକ୍ଷ୍ୟ ରଖାଯାଇଛି ।
ବିଶ୍ୱ ବ୍ୟାଙ୍କ ସହାୟତାରେ ୪,୦୦୦ କୋଟି ଟଙ୍କାର ୟୁପି-ଏଗ୍ରିସ୍ ପରିଯୋଜନା ମାଧ୍ୟମରେ ୧୦ ଲକ୍ଷ କୃଷକଙ୍କୁ AI-ଆଧାରିତ ସମାଧାନ ଯୋଗାଇ ଦିଆଯାଉଛି ।
Powered by Froala Editor