ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ କାଉଡିଆ ମୃତ
ଭୁବନେଶ୍ବର: ଜଗତସିଂହପୁର ଜିଲା ନାଉଗାଁ ଥାନା ଅନ୍ତର୍ଗତ ପାଳସାହିଠାରେ ଘଟିଛି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଜଗତସିଂହପୁରର ପ୍ରସିଦ୍ଧ ଗୋରେଖନାଥଙ୍କୁ ଜଳାଭିଷେକ କରି ଫେରିବାବେଳେ କାଉଡ଼ିଆଙ୍କ ଉପରେ ଏକ ବସ୍ ଚଢିଯାଇଛି। ଫଳରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତ କାଉଡ଼ିଆଜଣକ ପୁରୀ ଅଞ୍ଚଳର ବୋଲି ଜଣାପଡ଼ିଛି। ଗୁରୁତରଙ୍କୁ ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
Powered by Froala Editor