ସମସ୍ତ ସରକାରୀ ବିଦ୍ୟାଳୟର ସେଫ୍ଟି ଅଡିଟ୍ ଯାଞ୍ଚ ପାଇଁ କେନ୍ଦ୍ରର ନିର୍ଦ୍ଦେଶ
ଭୁବନେଶ୍ବର: ରାଜସ୍ଥାନରେ ଏକ ବିଦ୍ୟାଳୟରେ ଛାତ ଭୁଶୁଡ଼ି ୭ ପିଲାଙ୍କ ମୃତ୍ୟୁ ପରେ କେନ୍ଦ୍ର ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସମସ୍ତ ସରକାରୀ ବିଦ୍ୟାଳୟରେ ନିରାପତ୍ତା ଯାଞ୍ଚ (ସେଫ୍ଟି ଅଡିଟ୍) ପାଇଁ କେନ୍ଦ୍ର ସରକାର ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦେଶ ଦେଇଛନ୍ତି। ଏନେଇ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖାଯାଇଛି। ଅଗ୍ନି ନିରାପତ୍ତା, ଜରୁରୀକାଳୀନ ପ୍ରସ୍ଥାନ ଏବଂ ବୈଦ୍ୟୁତିକ ତାର ଆଦିର ଯାଞ୍ଚ ଉପରେ ମନ୍ତ୍ରଣାଳୟ ଗୁରୁତ୍ବ ଦେଇଛି। କର୍ମଚାରୀ ଏବଂ ଶିକ୍ଷାର୍ଥୀଙ୍କୁ ଜରୁରୀକାଳୀନ ପ୍ରସ୍ତୁତି ତାଲିମ ସୁନିଶ୍ଚିତ କରିବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି। ଯେଉଁଥିରେ ସ୍ଥାନାନ୍ତର ଅଭ୍ୟାସ, ପ୍ରାଥମିକ ଚିକିତ୍ସା ଏବଂ ସୁରକ୍ଷା ପ୍ରୋଟୋକଲ ଆଦି ଅନ୍ତର୍ଭୁକ୍ତ। ଅଭିଭାବକ, ସ୍ଥାନୀୟ ବ୍ୟକ୍ତିବିଶେଷ ବିଦ୍ୟାଳୟରେ ବିପଦ କିମ୍ବା ଅସୁରକ୍ଷିତ ପରିସ୍ଥିତି ନେଇ ଅବଗତ କରିପାରିବେ।
Powered by Froala Editor