ରେଭ୍ ପାର୍ଟିରୁ ପୂର୍ବତନ ମନ୍ତ୍ରୀଙ୍କ ଜ୍ବାଇଁ ଗିରଫ

ପୁଣେ ପୋଲିସ ଏକ ଆପାର୍ଟମେଣ୍ଟରେ ଚାଲିଥିବା ରେଭ୍ ପାର୍ଟିରେ ଚଢାଉ କରିବା ବିପୁଳ ପରିମାଣର ଡ୍ରଗ୍ସ, ହୁକା ସେଟଅପ୍ ଏବଂ ମଦ ଜବତ କରିଛି। ଏହି ଚଢ଼ାଉ ବେଳେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଏକନାଥ ଖଡ୍ସେଙ୍କ ଝିଅ ରୋହିଣୀଙ୍କ ସ୍ବାମୀ ପ୍ରାଞ୍ଜଳ ଖଓ୍ବୋଲକରଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଥିବା ଜଣେ ପୋଲିସ ଅଧିକାରୀ ପ୍ରକାଶ କରିଛନ୍ତି।
ମହାରାଷ୍ଟ୍ରର ପୁଣେ ସହରର ଖାରାଡି ଅଞ୍ଚଳରେ ଅବସ୍ଥିତ ଏକ ଷ୍ଟୁଡିଓ ଆପାର୍ଟମେଣ୍ଟରେ ରେଭ୍ ପାର୍ଟି ବିଷୟରେ ସୂଚନା ପାଇଥିଲେ ମହାରାଷ୍ଟ୍ର କ୍ରାଇମ୍ ବ୍ରାଞ୍ଚ। ଚଢାଉ ସମୟରେ ଗଞ୍ଜେଇ, ମଦ ଏବଂ ହୁକା ଭଳି ଅନେକ ନାର୍କୋଟିକ୍ ଦ୍ରବ୍ୟ ଜବତ ହୋଇଥିଲା।
ପୋଲିସ୍ କହିଛି ଯେ, "ଆମେ ସାତ ଜଣଙ୍କୁ ଅଟକ କରିଛୁ। ସେମାନଙ୍କ ମଧ୍ୟରେ ପାଞ୍ଚ ପୁରୁଷ ଏବଂ ଦୁଇ ମହିଳା ଅଛନ୍ତି। ସମସ୍ତ ବ୍ୟକ୍ତିଙ୍କୁ ହେପାଜତରେ ନିଆଯାଇଛି, ଏବଂ ଏକ ମାମଲା ରୁଜୁ କରାଯାଇଛି। ଏନସିପି (ଏସପି) ନେତା ଏକନାଥ ଖଡସେ କହିଛନ୍ତି ଯେ ପୋଲିସ କାର୍ଯ୍ୟାନୁଷ୍ଠାନ ପଛରେ ରାଜନୈତିକ ଉଦ୍ଦେଶ୍ୟ ଥାଇପାରେ କି ନାହିଁ ତାହା ତଦନ୍ତ କରାଯାଉ।
Powered by Froala Editor