ମନ୍ କି ବାତ୍ରେ ପ୍ରମିଳା ଏବଂ ସାନ୍ତାଳୀ ଶାଢ଼ିକୁ ପ୍ରଶଂସା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର 'ମନ୍ କି ବାତ୍ ' କାର୍ଯ୍ୟକ୍ରମର ୧୨୪ତମ ରେ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଓଡ଼ିଶାର କେନ୍ଦୁଝରର ସଂକୀର୍ତ୍ତନ ମଣ୍ଡଳୀ ଏବଂ ମୟୂରଭଞ୍ଜର ସାନ୍ତାଳୀ ଶାଢ଼ି ସମ୍ପର୍କରେ କହିଛନ୍ତି।
କେନ୍ଦୁଝରର ପ୍ରମିଳା ପ୍ରଧାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ସଂକୀର୍ତ୍ତନ ଜରିଆରେ ବନାଗ୍ନି ବାବଦରେ ସଚେତନ କରୁଥିବାରୁ ପ୍ରମିଳାଙ୍କୁ ମୋଦି ପ୍ରଶଂସା କରିଛନ୍ତି। କେନ୍ଦୁଝର ଜିଲାରେ ରାଧାକୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀ ଅଛି। ଏହି ଦଳ ଭକ୍ତି ସହ ପରିବେଶ ସୁରକ୍ଷା ବାବଦରେ ବି ସଚେତନ କରୁଛି। ମୃଦଙ୍ଗ, ଝାଞ୍ଜ ଧରି ରାଧାକୃଷ୍ଣ ଜପ କରି ଲୋକଙ୍କୁ ସଚେତନ କରୁଛନ୍ତି। ଏଭଳି ଉଦ୍ୟମର ପ୍ରେରଣା ହେଉଛନ୍ତି ପ୍ରମିଳା ପ୍ରଧାନ। ଗାଁଗାଁ ବୁଲି ପାରମ୍ପରିକ ଗୀତରେ ନୂଆ ବାର୍ତ୍ତା ଯୋଡ଼ି ସଚେତନ କରୁଛନ୍ତି। ବନ୍ନାଗ୍ନି ଦ୍ବାରା କ’ଣ କ୍ଷତି ହୁଏ ଲୋକଙ୍କୁ ସେନେଇ ସଚେତନ କରନ୍ତି ପ୍ରମିଳା।
ଏହା ସହିତ ମୟୂରଭଞ୍ଜର ସାନ୍ତାଳୀ ଶାଢ଼ି ବାବଦରେ ବି କହିଛନ୍ତି ପ୍ରଧାନମନ୍ତ୍ରୀ। ଜିଲାର ୬୫୦ ଆଦିବାସୀ ମହିଳା ସାନ୍ତାଳୀ ଶାଢ଼ିକୁ ପୁନରୁଦ୍ଧାର କରୁଛନ୍ତି। ମହିଳାମାନେ ହଜାର ହଜାର ଟଙ୍କା ରୋଜଗାର କରୁଥିବା ପ୍ରଧାନମନ୍ତ୍ରୀ କହି ପ୍ରଶଂସା କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ୧୯୦୫ ଅଗଷ୍ଟ ୭ ତାରିଖରେ ଏକ ନୂତନ ବିପ୍ଳବ ଆରମ୍ଭ ହୋଇଥିଲା। ସ୍ୱଦେଶୀ ଆନ୍ଦୋଳନ ସ୍ଥାନୀୟ ଉତ୍ପାଦ, ବିଶେଷକରି ହସ୍ତତନ୍ତରେ ନୂତନ ଶକ୍ତି ସଞ୍ଚାର କରିଥିଲା। ଏହାର ସ୍ମୃତିରେ, ଦେଶ ପ୍ରତିବର୍ଷ ଅଗଷ୍ଟ ୭ ତାରିଖରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରୁଛି। ବୟନ ଶିଳ୍ପ ଦେଶର ଏକ ଶକ୍ତି ପାଲଟିଛି। ମହାରାଷ୍ଟ୍ରର ପାଇଥାନ ଗାଁର କବିତା ଧାୱାଲେ ପୂର୍ବରୁ ସ୍ଥାନ ଏବଂ ସୁବିଧା ନଥିବା ଏକ ଛୋଟ କୋଠରୀରେ କାମ କରୁଥିଲେ। ସରକାରଙ୍କ ସହାୟତାରେ, ସେ ହାତ ବୁଣା ପାଇଥାନି ଶାଢ଼ି ବିକ୍ରୟ କରି ଜୀବିକା ଅର୍ଜନ କରୁଛନ୍ତି। ଓଡ଼ିଶାର ମୟୂରଭଞ୍ଜରେ ମଧ୍ୟ ସମାନ କାହାଣୀ ରହିଛି। ଆଦିବାସୀ ମହିଳାମାନେ ସାନ୍ତାଳୀ ଶାଢ଼ିକୁ ନୂତନ ଜୀବନ ଦେଇଛନ୍ତି।
Powered by Froala Editor