୧୨,୦୦୦ କର୍ମଚାରୀଙ୍କୁ ଛଟେଇ କରିବ TCS

ଟାଟା ଗ୍ରୁପର ପ୍ରମୁଖ ଆଇଟି କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସେସ୍ (TCS) ଏକ ବଡ଼ ନିଷ୍ପତ୍ତି ନେଇଛି । କମ୍ପାନୀ ଚଳିତ ଆର୍ଥିକ ବର୍ଷରେ ଅର୍ଥାତ୍ ଏପ୍ରିଲ ୨୦୨୫ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ପ୍ରାୟ ୨ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ଏହି ସଂଖ୍ୟା ୧୨,୦୦୦ ରୁ ଅଧିକ। ଯାହା ଆଗାମୀ ମାସଗୁଡ଼ିକରେ ହଜାର ହଜାର କର୍ମଚାରୀଙ୍କ ଚାକିରିକୁ ପ୍ରଭାବିତ କରିପାରେ ।
ବର୍ତ୍ତମାନ କମ୍ପାନୀରେ ପ୍ରାୟ 6.13 ଲକ୍ଷ କର୍ମଚାରୀ କାମ କରୁଛନ୍ତି । ଏହା ଅନୁଯାୟୀ, ପ୍ରାୟ 12,200 ଲୋକ ଛଟେଇ ଦ୍ୱାରା ପ୍ରଭାବିତ ହୋଇପାରନ୍ତି । TCS ସିଇଓ କେ. କୃତିବାସନ ଏକ ସାକ୍ଷାତକାରରେ କହିଛନ୍ତି, ଆମେ ନୂତନ ପ୍ରଯୁକ୍ତିବିଦ୍ୟା, ବିଶେଷକରି AI ଏବଂ ଅପରେଟିଂ ମଡେଲରେ ପରିବର୍ତ୍ତନ ଆଡକୁ ଅଗ୍ରସର ହେଉଛୁ । ଏହା କାମ କରିବାର ଶୈଳୀକୁ ପରିବର୍ତ୍ତନ କରୁଛି ଏବଂଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାକୁ ପଡିବ । କମ୍ପାନୀ ବିଶ୍ୱାସ କରୁଛି ଯେ ବର୍ତ୍ତମାନ ପ୍ରଚଳିତ କେତେକ ପଦବୀ ଭବିଷ୍ୟତରେ ଆଉ ଆବଶ୍ୟକ ହେବ ନାହିଁ ।
ଏହି ଛଟେଇ ମଧ୍ୟମ ସ୍ତରର ଏବଂ ବରିଷ୍ଠ ସ୍ତରର କର୍ମଚାରୀମାନଙ୍କୁ ଅଧିକ ପ୍ରଭାବିତ କରିବ। ଟିସିଏସ ଅନୁଯାୟୀ, ସେମାନେ କର୍ମଚାରୀମାନଙ୍କୁ ନୂତନ କୌଶଳ ଶିଖାଇବା ଏବଂ ନୂତନ ପ୍ରକଳ୍ପରେ ନିୟୋଜିତ କରିବାକୁ ଯଥାସମ୍ଭବ ଚେଷ୍ଟା କରିଥିଲେ, କିନ୍ତୁ ଏହି ନିଯୁକ୍ତି ଅନେକ କ୍ଷେତ୍ରରେ ସଫଳ ହୋଇନଥିଲା।
Powered by Froala Editor