ମନସା ଦେବୀ ମନ୍ଦରରେ ଦଳାଚକଟା, ୬ଜଣଙ୍କ ମୃତ୍ୟୁ

ଉତ୍ତରାଖଣ୍ଡ ହରିଦ୍ବାର ମନସା ଦେବୀ ମନ୍ଦରରେ ଦଳାଚକଟା । ଏଥିରେ ୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଉତ୍ତରାଖଣ୍ଡର ହରିଦ୍ୱାରରେ ମନସା ଦେବୀ ମନ୍ଦିରରେ ରବିବାର ବହୁ ସଂଖ୍ୟକ ଶ୍ରଦ୍ଧାଳୁମାତାଙ୍କ ଦର୍ଶନ ପାଇଁ ମନ୍ଦିରରେ ପହଞ୍ଚିଥିଲେ। ସକାଳ ୬ଟାରେ ଏକ ଗୁଜବ ବ୍ୟାପିଗଲା। ଶ୍ରଦ୍ଧାଳୁମାନେ ଠେଲାପେଲା ହେବା ଆରମ୍ଭ କରିଥିଲେ। ତା'ପରେ କିଛି ସମୟ ମଧ୍ୟରେ ଦଳାଚକଟାରେ ୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଛି।
ଜିଲ୍ଲା ମାଜିଷ୍ଟ୍ରେଟ୍ ମୟୂର ଦୀକ୍ଷିତ କହିଛନ୍ତି, କିଛି ଲୋକ ବିଦ୍ୟୁତ୍ ତାର ସାହାଯ୍ୟରେ ଉପରକୁ ଚଢ଼ୁଥିଲେ। ତା’ପରେ ହଠାତ୍ ଏକ ଗୁଜବ ବ୍ୟାପିଗଲା। କେହି ଜଣେ ଖବର ପ୍ରଚାର କଲେ ଯେ ବିଦ୍ୟୁତ୍ ତାରରେ କରେଣ୍ଟ ଅଛି। ଏବଂ ତା’ପରେ ଦଳାଚକଟା ହେଲା।
ଶ୍ରାବଣ ମାସ ଚାଲିଥିବାରୁ ଜଳ ଉଠାଇବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ସିଡି ରାସ୍ତା ସଙ୍କିର୍ଣ୍ଣ ଥିବାରୁ ସେଠାରେ ଠେଲାପେଲା ହୋଇ ଦଳାଚକଟା ହୋଇଥିଲା । ଏହି ଘଟଣାକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଲକ୍ସ ମାଧ୍ୟମରେ ଶେକାବ୍ୟକ୍ତ କରିଛନ୍ତି ।
Powered by Froala Editor