ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ: ମନମୋହନଙ୍କ ଅନାସ୍ଥା ଉତ୍ତରରେ ପ୍ରତିକ୍ରିୟା ରଖି ଏହା କହିଲେ ଅରୁଣ
ଭୁବନେଶ୍ୱର : ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିବା ପ୍ରସଙ୍ଗ ରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଶନିବାର ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ବିରୋଧୀଙ୍କ ଅଧିକାର ରହିଛି ଅନାସ୍ଥା ପ୍ରସ୍ତାବ ଆଣିବାର। କଂଗ୍ରେସ ଆଣିବାକୁ ଚାହିଁଲେ ଆଣିବ ଓ ବିଜେଡି ସମର୍ଥନ ଜଣାଇଲେ ଜଣାଇବ। ଆସିଲେ ଆମେ ସାମ୍ନା କରିବୁ ସେଥିପାଇଁ ଆମେ ପ୍ରସ୍ତୁତ ଅଛୁ।
ମନମୋହନଙ୍କ ଅନାସ୍ଥା ଉତ୍ତର ଉପରେ ପ୍ରତିକ୍ରିୟା ରଖି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ସରକାର ଆଗ ମୌସୁମୀ ଅଧିବେଶନ ଡାକନ୍ତୁ, ତାପରେ ଆମେ ଆସ୍ଥା, ଅନାସ୍ଥା, ଅବସ୍ଥା, ବ୍ୟବସ୍ଥା ସବୁ ଏକ କରି ଦେବୁ।
ସୂଚନାନୁଯାୟୀ, ଜୁଲାଇ ୨୩ରେ ବିଜେପି ସରକାରଙ୍କ ବିରୋଧରେ ଅନାସ୍ତା ପ୍ରସ୍ତାବ ନେଇ ପିସିସି ସଭାପତି ଭକ୍ତ ଦାସ ଆହ୍ୱାନ ଦେଇଥିଲେ । ନାରୀଙ୍କୁ ନ୍ୟାୟ ପାଇଁ ଯଦି ବିଜେଡି ଲଢୁଛି ତେବେ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣୁ, ଆମେ ସମର୍ଥନ ଦେବୁ ବୋଲି କହିଥିଲେ ଭକ୍ତ ଦାସ।
Powered by Froala Editor