ପୋଖରୀରୁ ଉଦ୍ଧାର ହେଲା ୬ ଫୁଟ ଲମ୍ବର କୁମ୍ଭୀର
ରାଜନଗର : କେନ୍ଦ୍ରାପଡା ରାଜନଗର ବ୍ଲକ ହାତିନା ପଞ୍ଚାୟତ ଏଣ୍ଡୁଳାପୁର ଗ୍ରାମର ଦିବାକର ସେଠୀଙ୍କ ପୋଖରୀରୁ ଉଦ୍ଧାର ହେଲା ୬ ଫୁଟ ଲମ୍ବର କୁମ୍ଭୀର । କୁମ୍ଭୀରଟିକୁ ବନ କର୍ମଚାରୀ ମାନେ ଜାଲ ସାହାଯ୍ୟରେ ଉଦ୍ଧାର କରିଛନ୍ତି। ଫରେଷ୍ଟର ବିଜୟ ପାତ୍ରଙ୍କ ନେତୃତ୍ୱରେ ଫରେଷ୍ଟ ଗାର୍ଡ ଦୋଳଗୋବିନ୍ଦ ନାୟକ, ସଙ୍ଗୀତା ସ୍ବାଇଁ, ସବିତା ବେହେରାଙ୍କ ପ୍ରମୁଖ ସାମିଲ ହୋଇ କୁମ୍ଭୀରଟିକୁ ଉଦ୍ଧାର କରିଥିଲେ। ଉଦ୍ଧାର କୁମ୍ଭୀରଟିକୁ ଭିତରକନିକା ଜାତୀୟ ଉଦ୍ୟାନର ହାବୋଳ କ୍ରୀକରେ ଛଡାଯାଇଛି।
Powered by Froala Editor