ବନ୍ୟାରେ ଭାସିଗଲେ ପ୍ରସିଦ୍ଧ ପଞ୍ଜାବୀ ଗାୟକ, ହ୍ରଦରୁ ମିଳିଲା ମୃତଦେହ
ହିମାଚଳ ପ୍ରଦେଶରେ ଭୟଙ୍କର ବନ୍ୟା ପରିସ୍ଥିତି ଉପୁଜିଛି । ବନ୍ୟାରେ ଅନେକ ଘର, ଗାଡି ଭାସିଯାଇଛି । ଇତିମଧ୍ୟରେ ଦୁଃଖଦ ଖବର ମିଳିଛି । ଜଣାଶୁଣା ପଞ୍ଜାବୀ ଗାୟକ ମନମିତ ସିଂଙ୍କ ମୃତଦେହ କାଙ୍ଗଡା ଜିଲ୍ଲାର କରେରୀ ହ୍ରଦ ନିକଟରୁ ଉଦ୍ଧାର କରାଯାଇଛି । ମନମିତଙ୍କ ମୃତ୍ୟୁରେ ଶୋକର ଛାୟା ଖେଳିଯାଇଛି । କାରଣ ସେ ଗ୍ରୁପ୍ ସାନ୍ ବ୍ରଦର୍ସ ଭାବେ ଜଣାଣୁଣା ଥିଲେ । ତାଙ୍କୁ ସୁଫି ଗାୟକ ଭାବେ ବେଶ୍ ପରିଚୟ ମିଳିଥିଲା ।
ସୂଚନା ଅନୁଯାୟୀ, ମନମିତ ସିଂ ଅମୃତସରରୁ ଧର୍ମଶାଳାକୁ ବୁଲିବାକୁ ଆସିଥିଲେ । ତାଙ୍କ ସହ ଭାଇ କର୍ଣ୍ଣପାଲ ଓ ଅନ୍ୟ ଚାରିଜଣ ସାଙ୍ଗ ମଧ୍ୟ ଥିଲେ । କିନ୍ତୁ ହିମାଚଳ ପ୍ରଦେଶରେ ଆସିଥିବା ଏହି ବିପର୍ଯ୍ୟୟ ସାନ୍ ବ୍ରଦର୍ସଙ୍କ ଯୋଡିକୁ ଭାଙ୍ଗି ଦେଇଛି। ବୁଧବାର ଧର୍ମଶାଳା ଅଞ୍ଚଳରେ ବାଦଲ ଫଟା ବର୍ଷାରୁ ବନ୍ୟା ହେବା ପରେ ସମସ୍ତେ ଏକାଠି ହୋଇ କରେରୀ ହ୍ରଦକୁ ଯାଇଥିଲେ । ରାତିରେ ପ୍ରବଳ ବର୍ଷା ହେତୁ ସମସ୍ତେ ସେଠାରେ ରହିଥିଲେ । ଯେତେବେଳେ ସମସ୍ତ ଲୋକ ସେଠାରୁ ଫେରୁଥିଲେ, ହଠାତ୍ ମନମିତ ସିଂହ ଏକ ଖାଲ ପାର ହେବା ସମୟରେ ପ୍ରବଳ ଜଳ ସ୍ରୋତରେ ଭାସି ଯାଇଥିଲେ । ଅନେକ ଚେଷ୍ଟା ସତ୍ତ୍ବେ ମଧ୍ୟ ଯେତେବେଳେ ମନମିତ ସିଂହଙ୍କ ସହ ଯୋଗାଯୋଗ ହୋଇପାରିଲା ନାହିଁ । ମନମିତଙ୍କ ମୃତ୍ୟୁ ଖବର ପରେ ପଞ୍ଜାବରେ ଶୋକର ଛାୟା ଖେଳିଯାଇଛି ।
ସେତେବେଳେ ତାଙ୍କ ଭାଇ ଏବଂ ସାଙ୍ଗମାନଙ୍କ ସହ ସ୍ଥାନୀୟ ଲୋକମାନେ ମଧ୍ୟ ତାଙ୍କୁ ଖୋଜିବା ଆରମ୍ଭ କରିଥିଲେ । କିନ୍ତୁ କାଙ୍ଗଡା ଜିଲ୍ଲାର ପୋଲିସ ଅଧୀକ୍ଷକ ଅମୃତସର ରହୁଥିବା ମନମିତ ସିଂହଙ୍କ ବିଷୟରେ ସୂଚନା ପାଇଥିଲେ କି ସେ କରେରୀ ହ୍ରଦ ନିକଟରେ ନିଖୋଜ ହୋଇଯାଇଛନ୍ତି । ବିଳମ୍ବିତ ରାତିରେ ରିଲିଫ ଟିମ୍ ବହୁ ଖୋଜା ଖୋଜି ପରେ ପରେ ତାଙ୍କ ମୃତଦେହ କରେରୀ ଗ୍ରାମରୁ ନିକଟରୁ ଉଦ୍ଧାର କରିଛନ୍ତି ।
Powered by Froala Editor