ଗାଜାରେ ଇସ୍ରାଏଲର ଆକ୍ରମଣ ଜାରି, ଭୟଙ୍କର ସ୍ଥିତିରେ ପହଞ୍ଚିଛି ଯୁଦ୍ଧ
ନୂଆଦିଲ୍ଲୀ : ଗାଜାରେ ଲଗାତାର ଇସ୍ରାଏଲର ଆକ୍ରମଣ ଜାରି ରହିଛି । ଏଠାରେ ଲୋକେ ଭୋକରେ ଛଟପଟ ହୋଇ ମୃତ୍ୟୁବରଣ କରୁଛନ୍ତି । ଭୋକ ଓ ବାରୁଦ ଉଭୟ ଫିଲିସ୍ତାନୀଙ୍କ ଶତ୍ରୁ ପାଲଟିଛନ୍ତି । ଯୁଦ୍ଧ ଏବେ ଭୟଙ୍କର ସ୍ଥିତିରେ ପହଞ୍ଚିଛି । ଏଭଳି ସ୍ଥିତିକୁ ଦେଖି ବ୍ରିଟେନ,କାନାଡା, ଜାପାନ ସମେତ ୨୬ ଦେଶ ଗାଜାରେ ତୁରନ୍ତ ଯୁଦ୍ଧ ବିରତି ପାଇଁ ଅପିଲ୍ କରିଛନ୍ତି ।
ବ୍ରିଟେନ ପ୍ରଧାନମନ୍ତ୍ରୀ ଗାଜାରେ ପରିସ୍ଥିତି ନିୟନ୍ତ୍ରଣ ଆଶାରେ ଖାଦ୍ୟ ପାଇଁ ଏକାଠି ହୋଇଥିବା ୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁକୁ ଅମାନବୀୟ ଓ ଅସହାୟ ବୋଲି କହିବା ସହ ଇସ୍ରାଏଲ ସହ ଆଲୋଚନା କରିଛନ୍ତି।
ଲଣ୍ଡନର ଜଣେ ସାଂସଦ କହିଛନ୍ତି, ନିୟମିତ ସକାଳେ ଲୋକଙ୍କ ହତ୍ୟା କରାଯାଉଛି,ଲୋକେ ଧାଡିରେ ଠିଆ ହୋଇ ଖାଦ୍ୟ ମାଗୁଛନ୍ତି, ମାତ୍ର ଗୁଳି ଚଳାଇ ସେମାନଙ୍କ ହତ୍ୟା କରାଯାଉଛି । ଏବେ କେବଳ ନିନ୍ଦା ନୁହେଁ ବରଂ ସମସ୍ତେ ଏକାଠି ହୋଇ ଇସ୍ରାଏଲ ଉପରେ ଚାପ ପକାଇବା ଆବଶ୍ୟକ ବୋଲି ସେ କହିଛନ୍ତି।
Powered by Froala Editor