ସବୁ ସ୍କୁଲରେ ଲାଗିବ ସିସିଟିଭି: ମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟରେ ସବୁ ସ୍କୁଲରେ ଲାଗିବ ସିସିଟିଭି । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦନ ଗଣ୍ଡ । ସିବିଏସଇ ସ୍କୁଲ ଭଳି ରାଜ୍ୟର ସବୁ ସ୍କୁଲରେ ସିସିଟିଭି ଲଗାଯିବ । ମନ୍ତ୍ରୀ କହିଛନ୍ତି ଯେ, ଏପରିକି ସବୁ ସ୍କୁଲରେ ଆଇସିସି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସିବିଏସଇ ସ୍କୁଲ ସୁରକ୍ଷା ଅଧୀନରେ ଆଫିଲିଏସନ ବାଏ ଲ-୨୦୧୮ ସଂଶୋଧନ କରିଛି । ବୋର୍ଡର ସମସ୍ତ ଆଫିଲିଏଡ ସ୍କୁଲ ପାଇଁ ସିସିଟିଭି କ୍ୟାମେରା ଲଗାଇବା ବାଧ୍ୟତାମୂଳକ କରିଛି ।
Powered by Froala Editor