ଘର ଭାଙ୍ଗି ଧାନ ଚାଉଳ ଖାଇଲେ ୨୯ ଟିକିଆ ହାତୀପଲ
ପାଟଣା : ପାଟଣା ବନାଞ୍ଚଳ ତୁରୁମୁଙ୍ଗାରେ ଡେରା ପକାଇ ଥିବା ୨୯ ଟିକିଆ ହାତୀପଲ ତୁରୁମୁଙ୍ଗା ଆମ୍ବ ବାଗାନରୁ ବାହାରି ତ୍ରିବିନ୍ଧା, ରାଜନଗର, ମୁରୁସୁଆଁ, ପାଟନାଳି ହୋଇ ସିଲିଦା ଗ୍ରାମରେ ପହଞ୍ଚିବା ପରେ ଗ୍ରାମର ଜଗନ୍ନାଥ ସେଠୀ ଓ ମଧୁସୂଦନ ନାଏକଙ୍କ ଘର ଭାଙ୍ଗି ଧାନ ଚାଉଳ ଖାଇଛନ୍ତି। ବହୁତ ଚାଷୀଙ୍କ ଧାନତଳି ହାତୀପଲ ମାଡି ମକଚି ନଷ୍ଟ କରିଛନ୍ତି। ଏହି ହାତୀପଲ ସନ୍ଧ୍ୟା ସୁଦ୍ଧା ସିଲିଦା ନିକଟ ବୈତରଣୀ କୂଳ କାଜୁ ଜଙ୍ଗଲ ନିକଟରେ ଡେରା ପକାଇ ଥିବା ବେଳେ ବନପାଳ ନିରଞ୍ଜନ ସେଠୀ ଓ ହାତୀ ସ୍କ୍ୱାର୍ଡ ହାତୀପଲଙ୍କ ଉପରେ ନଜର ରଖିଛନ୍ତି।
Powered by Froala Editor