ଦିବ୍ୟାଙ୍ଗ ନାବାଳିକାଙ୍କୁ ଅସଦାଚରଣ, ଫେରାର ଅଭିଯୁକ୍ତକୁ କେରଳରୁ ଧରିଲା ପୁଲିସ
ଦାରିଙ୍ଗବାଡି: କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଦିବ୍ୟାଙ୍ଗ ତଥା ମାନସିକ ଅନଗ୍ରସର ନାବାଳିକାଙ୍କୁ ଜଣେ ବିବାହିତ ପୁରୁଷ ଅସଦାଚରଣ କରିଥିବା ବ୍ରାହ୍ମଣୀଗାଁ ଥାନାରେ ଅଭିଯୋଗ ପରେ ଆଇଆଇଆସି ବିଜୟ କୁମାର ହାଇବୁରୁ ଅଭିଯୁକ୍ତକୁ କେରଳର ପାଲସେରୀ ଅଞ୍ଚଳରୁ ଗିରଫ କରିଥିବା ଜଣାପଡିଛି।
ପ୍ରକାଶ ଯେ, ନାବାଳିକା ଘରେ ଏକାକୀ ଥିବା ଦେଖି ଅଭିଯୁକ୍ତ ଯୁବରାଜ ଧାଙ୍ଗରାମାଝୀ ଦିବ୍ୟାଙ୍ଗ ନାବାଳିକାଙ୍କୁ ଅସଦାଚରଣ କରିଥିବା ତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ପୋଲିସ ଏନେଇ ପୋକ୍ସୋ ଆଇନରେ ମାମଲା (୬୯/୨୫)ରୁଜୁ କରି ତଦନ୍ତ ଚଲାଇଥିଲା। ଅଭିଯୁକ୍ତ ରାଜ୍ୟ ବାହାରକୁ ଫେରାର ହୋଇଯାଇଥିଲା। ଆଇଆଇସି ବିଜୟ କୁମାର ହାଇବୁରୁ ଜିଲ୍ଲା ପୋଲିସର ସାଇବର ସେଲର ସହାୟତରେ ଅଭିଯୁକ୍ତ ମୋବାଇଲ ନମ୍ବରକୁ ଟ୍ରାକ୍ କରି ଅଭିଯୁକ୍ତକୁ କେରଳରୁ ଧରିବାକୁ ସଫଳ ହୋଇଥିବା ଆଇଆଇସି ହାଇବୁରୁ କହିଛନ୍ତି।
Powered by Froala Editor