ରାଜ୍ୟରେ ୨୨ଟି ଖଣି ଖୁବଶୀଘ୍ର ହେବ ନିଲାମ
ଭୁବନେଶ୍ୱର: ଓଡ଼ିଶାରେ ଖଣିଜ ସମ୍ପଦର ବିକାଶ ଓ ରାଜ୍ୟର ଅର୍ଥନୀତିକୁ ମଜବୁତ କରିବା ଲାଗି ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଉଛନ୍ତି। ରାଜ୍ୟ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଘୋଷଣା କରିଛନ୍ତି ଯେ, ଖୁବଶୀଘ୍ର ରାଜ୍ୟରେ ଆଉ ୨୨ଟି ଖଣି ନିଲାମ କରାଯିବ। ଏହି ନିଲାମ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଏହା ରାଜ୍ୟର ରାଜସ୍ୱ ବୃଦ୍ଧି ସହିତ ନିଯୁକ୍ତି ସୁଯୋଗ ସୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀ ଜେନା କହିଛନ୍ତି, “ଗତ ଏକ ବର୍ଷ ମଧ୍ୟରେ ଆମେ ୮ଟି ଖଣିର ସଫଳ ଅକ୍ସନ କରି ସାରିଛୁ। ପୂର୍ବତନ ସରକାର ଦୀର୍ଘ ଦିନ ଧରି ଖଣି ଅକ୍ସନ କରୁନଥିଲେ, ଯାହା ରାଜ୍ୟର ଅର୍ଥନୈତିକ ବିକାଶକୁ ବାଧାପ୍ରାପ୍ତ କରିଥିଲା। ଆମେ ଏହି ଦିଗରେ ଦ୍ରୁତ ପଦକ୍ଷେପ ନେଉଛୁ।” ଏହି ୨୨ଟି ଖଣି ନିଲାମ ହେବା ଦ୍ୱାରା ରାଜ୍ୟରେ ଖଣିଜ ଉତ୍ପାଦନ ବୃଦ୍ଧି ପାଇବ ଏବଂ ଅର୍ଥନୈତିକ ଗତିଶୀଳତା ଆସିବ। ତେବେ, ଏହି ନିଲାମ ପ୍ରକ୍ରିୟା ସ୍ୱଚ୍ଛ ଏବଂ ନିୟମାନୁସାରେ ହେବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
Powered by Froala Editor