ସ୍କୁଲରେ ପିଲା ପଢିବେ ରାମାୟଣ ଓ ଗୀତା

ନୂଆଦିଲ୍ଲୀ: ଏଣିକି ସ୍କୁଲରେ ପିଲାମାନଙ୍କ ପାଠ୍ୟକ୍ରମରେ ପଢାଯିବ ରାମାୟଣ ଓ ଗୀତା । ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ଉତ୍ତରଖଣ୍ଡରେ ଥିବା ସ୍କୁଲଗୁଡିକରେ ପିଲାମାନେ ଏବେ ରାମାୟଣ ଓ ଗୀତା ପଢାଯିବ । ଏନେଇ ଉତ୍ତରାଖଣ୍ଡର ଶିକ୍ଷା ମନ୍ତ୍ରୀ ଧନ ସିଂହ ରାୱତ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପ୍ରାୟ ୧୭,୦୦୦ ସରକାରୀ ସ୍କୁଲ ପାଇଁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହା ବ୍ୟତୀତ ସକାଳ ପ୍ରାର୍ଥନା ସମୟରେ ଛାତ୍ରଛାତ୍ରୀମାନେ ଶ୍ଲୋକ ପାଠ କରିବେ । ସ୍କୁଲ ପାଠ୍ୟକ୍ରମରେ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଶିକ୍ଷା ବିଭାଗ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସହ ଏକ ବୈଠକ ମଧ୍ୟ କରିଛନ୍ତି । ଏହି ବୈଠକରେ ହିଁ ଏନସିଇଆରଟିକୁ ପାଠ୍ୟକ୍ରମରେ ପରିବର୍ତ୍ତନ କରିବାକୁ ଦାୟିତ୍ୱ ଦିଆଯାଇଛି । ରାଜ୍ୟରେ ଥିବା ୧୭ହଜାର ସରକାରୀ ସ୍କୁଲରେ ଭଗବତ୍ ଗୀତା ଏବଂ ରାମାୟଣକୁ ପାଠ୍ୟକ୍ରମରେ ସାମିଲ କରାଯିବ ।
Powered by Froala Editor