ଷଣ୍ଢ ଆକ୍ରମଣରେ ଜଣେ ମୃତ
ବାସୁଦେବପୁର: ଭଦ୍ରକ ଜିଲା ବାସୁଦେବପୁର ଥାନା ବ୍ରାହ୍ମଣଗାଁ ପଞ୍ଚୟତ ଚଣ୍ଡିଆ ଗାଁରେ ଅଘଟଣ। ଷଣ୍ଢ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ଵେଳେ ଏକାଧିକ ବ୍ୟକ୍ତି ଆହତ ହୋଇଛନ୍ତି। ମୃତକଙ୍କ ନାମ ନେପାଳ ଜେନା। ସୂଚନା ଅନୁଯାୟୀ, ନେପାଳଙ୍କ ସ୍ତ୍ରୀ ସକାଳେ ପଦାକୁ ଶୌଚ ହେବାକୁ ଯାଇଥିବା ବେଳେ ଷଣ୍ଢ ହାବୁଡ଼ରେ ପଡିଥିଲେ। ପାଗଳ ପ୍ରାୟ ହୋଇଥିବା ଷଣ୍ଢଟି ମହିଳାଙ୍କୁ ଗୋଡ଼ାଇଥିଲା। ଘଟଣା ଜାଣି ନେପାଳ ଷଣ୍ଢ କୁ ଘଉଡାଇବାକୁ ଉଦ୍ୟମ କରଥିବା ବେଳେ ରକ୍ତମୁଖା ଷଣ୍ଢଟି ନେପାଳକୁ ଭୂଷି ମରିଦେଇଥିଲା। ଷଣ୍ଢକୁ ଘଉଡାଇବାକୁ ଉଦ୍ୟମ କରିଥିବା ଏକାଧିକ ଗ୍ରାମବାସୀ ଆହତ ହୋଇଛନ୍ତି। ଆହତ ମାନଙ୍କୁ ବାସୁଦେବପୁର ଡାକ୍ତର ଖାନାରେ ଭର୍ତି କରାଯାଇଛି।
Powered by Froala Editor