ପୁଣି ବିଜେପି ରାଜ୍ୟ ସଭାପତି ହେଲେ ମନମୋହନ ସାମଲ
ଭୁବନେଶ୍ଵର: ମନମୋହନ ସାମଲ ପୁଣି ହେଲେ ବିଜେପି ରାଜ୍ୟ ସଭାପତି । ମନମୋହନ ସର୍ବ ସହମତିରେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ବିଜେପି ରାଜ୍ୟ ସଭାପତି ଭାବେ ମନମୋହନଙ୍କ ନାଁ ଘୋଷଣା କରାଯାଇଛି। ନିର୍ବାଚନ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ଵାଲ ବିଧିବଦ୍ଧ ଭାବେ ମନମୋହନଙ୍କ ନାଁ ଘୋଷଣା କରିଛନ୍ତି। ତେବେ ଲଗାତାର ଦ୍ଵିତୀୟ ଏବଂ ମୋଟ୍ ଚତୁର୍ଥଥର ପାଇଁ ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ମନମୋହନ । ଗତକାଲି ଏକମାତ୍ର ପ୍ରାର୍ଥୀ ଭାବେ ସେ ନାମାଙ୍କନ ଭରିଥିଲେ।
Powered by Froala Editor