ମହାରାଜା ଅଗ୍ରସେନ ନା ଅଟଳ ଜୀ ! କାହା ନାମରେ ପରିବର୍ତ୍ତନ ହେବ ଦିଲ୍ଲୀ ଷ୍ଟେସନ ନାଁ

ବଦଳିବ କି ନୂଆଦିଲ୍ଲୀ ରେଳ ଷ୍ଟେସନର ନାମ । କିଛି ଦିନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପୁରୁଣା ଦିଲ୍ଲୀ ରେଳ ଷ୍ଟେସନର ନାମ ପରିବର୍ତ୍ତନ କରି ‘ମହାରାଜା ଅଗ୍ରସେନ ରେଳ ଷ୍ଟେସନ’ କରିବାକୁ ଦାବି କରିଥିଲେ। ଏବେ ଚାନ୍ଦନୀ ଚୌକର ବିଜେପି ସାଂସଦ ପ୍ରବୀଣ ଖଣ୍ଡେଲୱାଲ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମ ପରିବର୍ତ୍ତନ କରିବାକୁ ଅନୁରୋଧ କରିଛନ୍ତି।
ଖଣ୍ଡେଲୱାଲ ତାଙ୍କ ପତ୍ରରେ ଭାରତ ରତ୍ନ ଅଟଳଜୀଙ୍କ ସ୍ମୃତିକୁ ଜାତୀୟ ରାଜଧାନୀରେ ଅମର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଓ ଭାବନାତ୍ମକ ପଦକ୍ଷେପ ହେବ ବୋଲି କହିଛନ୍ତି। ଖଣ୍ଡେଲୱାଲ କହିଛନ୍ତି ଯେ ସେ ଖୁବ୍ ଶୀଘ୍ର ଏହି ପ୍ରସଙ୍ଗରେ ରେଳମନ୍ତ୍ରୀ ବୈଷ୍ଣଙ୍କୁ ଭେଟିବେ ଓ ସଂସଦର ଆଗାମୀ ଅଧିବେଶନରେ ଏହି ବିଷୟକୁ ଉଠାଇବେ। ନୂଆଦିଲ୍ଲୀ ରେଳ ଷ୍ଟେସନ ଦେଶର ସବୁଠାରୁ ମୁଖ୍ୟ, ବ୍ୟସ୍ତବହୁଳ ଏବଂ ଐତିହାସିକ ରେଳ ଷ୍ଟେସନ, ଯାହା ରାଜଧାନୀର ପ୍ରବେଶ ପଥ ଭାବରେ କାର୍ଯ୍ୟ କରେ। ଏହାକୁ ଅଟଳ ଜୀଙ୍କ ଭଳି ଜଣେ ମହାନ ନେତାଙ୍କ ନାମରେ ନାମିତ କରିବା କେବଳ ଉପଯୁକ୍ତ ହେବ ନାହିଁ ବରଂ ଦିଲ୍ଲୀ ଏବଂ ଦେଶର ନାଗରିକଙ୍କ ଭାବନାକୁ ମଧ୍ୟ ସମ୍ମାନ କରିବ।
ଅନ୍ୟପକ୍ଷରେ, ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପୁରୁଣା ଦିଲ୍ଲୀ ରେଳ ଷ୍ଟେସନ ନାମ ବଦଳାଇ ‘ମହାରାଜା ଅଗ୍ରସେନ ଷ୍ଟେସନ’ ରଖିବାକୁ ଦାବି କରିଥିଲେ।
Powered by Froala Editor