Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, February 11, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୯ ବର୍ଷରେ ଉତ୍ତର ପ୍ରଦେଶର ବଜେଟ୍ ତିନି ...

  • ବିଧାନସଭା କାର୍ଯ୍ୟ ପାଇଁ ମନ୍ତ୍ରୀ ଓ ...

  • ଆଦାନୀଙ୍କ ବିରୋଧରେ ମାମଲା ପ୍ରକୃତରେ ...

  • ସାଂସଦ ପ୍ରତାପ ଷଡଙ୍ଗୀଙ୍କ ପ୍ରଶ୍ନରେ ଏହି ...

  • ଟଙ୍କା ଦାବି କରି ରଣବୀର ସିଂଙ୍କୁ ଧମକ

  • AI ନିୟମ କଠୋର : AI ଭିଡିଓରେ ‘AI Generated’ ଲେବଲ୍ ...

  • ବିବାଦରେ ‘ଫୋର୍‌ ଷ୍ଟାର୍ସ ଅଫ୍‌ ...

  • ଶ୍ରୀଅଲାରନାଥଙ୍କ ପୀଠରେ ରିଲ୍ସ ସୁଟିଂ

  • ଏକତରଫା ପ୍ରେମରୁ ହତ୍ୟା

  • ଏହି ଜିଲ୍ଲାରେ ୪ଜି ମୋବାଇଲ ନେଟୱର୍କ ସେବା ...

ରାଜ୍ୟ
Home ›› ରାଜ୍ୟ ››ଜୁଲାଇ ୮ରେ ରାଜ୍ୟ ବିଜେପିକୁ ମିଳିଯିବ ନୂଆ ମଙ୍ଗୁଆଳ

ଜୁଲାଇ ୮ରେ ରାଜ୍ୟ ବିଜେପିକୁ ମିଳିଯିବ ନୂଆ ମଙ୍ଗୁଆଳ

2025-07-05 06:52:28
13428
Share:
Facebook
Twitter
E-Mail
WhatsApp
Telegram
ଜୁଲାଇ ୮ରେ ରାଜ୍ୟ ବିଜେପିକୁ ମିଳିଯିବ ନୂଆ ମଙ୍ଗୁଆଳ

ଭୁବନେଶ୍ୱର : ଜୁଲାଇ ୮ରେ ରାଜ୍ୟ ବିଜେପିକୁ ମିଳିଯିବ ନୂଆ ମଙ୍ଗୁଆଳ। ରାଜ୍ୟ ବିଜେପି ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ପାଇଁ ଶୁକ୍ରବାର ରାଜ୍ୟ ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଦସ୍ତଖତରେ ବିଜ୍ଞପ୍ତି ଜାରି ହୋଇଛି। ଜୁଲାଇ ୬ରେ ଅନ୍ତରୀଣ ମତଦାତା ସୂଚୀ, ୭ରେ ନାମାଙ୍କନପତ୍ର ଦାଖଲ ଏବଂ ୮ରେ ଚୂଡ଼ାନ୍ତ ଫଳ ପ୍ରକାଶ ପାଇବ।
ରାଜ୍ୟ ବିଜେପି ସଭାପତି ନିର୍ବାଚନ ପ୍ରାୟ ୬ମାସ ବିଳମ୍ବିତ ହୋଇଛି। ଦଳର ନେତୃତ୍ବ କିଏ ନେବ ତାକୁ ନେଇ ଲାଗି ରହିଥିବା ଉତ୍କଣ୍ଠା ଆସନ୍ତା ୮ରେ ଦୂର ହେବ। ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ ଡ. କେ. ଲକ୍ଷ୍ମଣଙ୍କ ନିର୍ଦେଶାନୁଯାୟୀ କିଛି ଅନିବାର୍ଯ୍ୟ କାରଣବଶତଃ ସ୍ଥଗିତ ଥିବା ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ପ୍ରକ୍ରିୟା ସମୟ ସାରଣୀ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପ୍ରକ୍ରିୟା ଆସନ୍ତା ୬ରୁ ଆରମ୍ଭ ହୋଇ ୮ରେ ଶେଷ ହେବ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ତଥା ରାଜ୍ୟ ସହ ନିର୍ବାଚନ ଅଧିକାରୀ ଡ. ଯତୀନ ମହାନ୍ତି ସୂଚନା ଦେଇଛନ୍ତି। ୬ ତାରିଖ ପୂର୍ବାହ୍ଣ ୧୧ଟାରେ ଅନ୍ତରୀଣ ମତଦାତାଙ୍କ ସୂଚୀ ପ୍ରକାଶ ପାଇବ। ସେହିଦିନ ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୨ଟା ସୁଦ୍ଧା ମତଦାତାଙ୍କ ସୂଚୀ ଉପରେ ବିଭିନ୍ନ ଆପତ୍ତି ଓ ଅଭିଯୋଗର ଯାଞ୍ଚ କରାଯିବା ପରେ ଅପରାହ୍ଣ ୨ରୁ ସନ୍ଧ୍ୟା ୫ ମଧ୍ୟରେ ଚୂଡ଼ାନ୍ତ ମତଦାତାଙ୍କ ତାଲିକା ପ୍ରକାଶ ପାଇବ। ୭ ତାରିଖ ପୂର୍ବାହ୍ଣ ୧୧ରୁ ଅପରାହ୍ଣ ୨ ସୁଦ୍ଧା ଉପରୋକ୍ତ ନିର୍ବାଚନ ପାଇଁ ଆଗ୍ରହୀ ପ୍ରାର୍ଥୀଙ୍କ ପକ୍ଷରୁ ନାମାଙ୍କନପତ୍ର ଦାଖଲ କରାଯିବ। ମଧ୍ୟାହ୍ନ ୨ରୁ ଅପରାହ୍ଣ ୩ ମଧ୍ୟରେ ନାମାଙ୍କନ ସମ୍ପର୍କିତ ଆପତ୍ତି ଅଭିଯୋଗର ଯାଞ୍ଚ କରାଯାଇ ଅପରାହ୍ଣ ୪ ସୁଦ୍ଧା ଅନ୍ତିମ ସୂଚୀ ପ୍ରକାଶ କରାଯିବ ଏବଂ ଚିହ୍ନ ଆବଣ୍ଟନ ହେବ। ଆବଶ୍ୟକ ହେଲେ ୮ତାରିଖ ସକାଳ ୯ରୁ ପୂର୍ବାହ୍ଣ ୧୧ ପର୍ଯ୍ୟନ୍ତ ମତଦାନ ହେବ। ପୂର୍ବାହ୍ଣ ୧୧ଟା ୩୦ରୁ ଭୋଟ ଗଣତି କରାଯାଇ ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯିବ। ଏହି ନିର୍ବାଚନ ପ୍ରକ୍ରିୟାର ସୁପରିଚାଳନା ଓ ତଦାରଖ କରିବା ପାଇଁ କେନ୍ଦ୍ର ନିର୍ବାଚନ ଅଧିକାରୀଙ୍କ ତରଫରୁ ବିହାର ସାଂସଦ ସଞ୍ଜୟ ଜୟସ୍ୱାଲଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି ବୋଲି ଡ. ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ପରବର୍ତ୍ତୀ ରାଜ୍ୟ ସଭାପତି କିଏ ହେବ ତାକୁ ନେଇ ଚାଲିଛି ଚର୍ଚ୍ଚା। ଦଳ ନୂଆ ଚେହେରା ଦେଖିବ ନା ମନମୋହନ ସାମଲଙ୍କ ଉପରେ ରାଷ୍ଟ୍ରୀୟ ନେତୃତ୍ବ ପୁନର୍ବାର ଆସ୍ଥା ପ୍ରକଟ କରିବ ତାକୁ ନେଇ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଚର୍ଚ୍ଚା ଲାଗି ରହିଛି। ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ଓ ବିଜେପି ମେଣ୍ଟ ଚର୍ଚ୍ଚା ଚାଲିଥିବାବେଳେ ଦିଲ୍ଲୀ ଯାଇ ସଭାପତି ମନମୋହନ ରାଷ୍ଟ୍ରୀୟ ଶୀର୍ଷସ୍ତରୀୟ ନେତାଙ୍କ ପାଖରେ ବସି ଦଳ ଏକାକୀ ନିର୍ବାଚନ ଲଢ଼ିବ ଓ ସରକାର ଗଠନ କରିବ ବୋଲି ଦମ୍ଭୋକ୍ତି ଦେଖାଇଥିଲେ। ମନମୋହନଙ୍କ ଦମ୍ଭୋକ୍ତିକୁ ବିଶ୍ବାସକୁ ନେଇ ବିଜେପି ମେଣ୍ଟରୁ ଓହରି ଯାଇଥିଲା। ସଭାପତି ନିଜେ ନିର୍ବାଚନ ହାରିଥିଲେ ମଧ୍ୟ ତାଙ୍କ ନେତୃତ୍ବରେ ଦଳ ନିର୍ବାଚନ ଜିତି ସରକାର ଗଠନ କରିଛି। ଆଗକୁ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ପୁଣିଥରେ ତାଙ୍କୁ ସଭାପତି କରିପାରେ ବୋଲି ସମର୍ଥକଙ୍କ ମହଲରେ ଚର୍ଚ୍ଚା ହେଉଛି। ସଭାପତି ପଦ ପାଇଁ ଦୁଇଟି ଗୋଷ୍ଠୀ ମଧ୍ୟରେ ଟଣାଓଟରା ଚାଲିଥିବାରୁ ତାଙ୍କ ସ୍ଥାନରେ ଆଉ କାହାକୁ ଦଳ ଅବସ୍ଥାପିତ କରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

Powered by Froala Editor

Tags Bjp

Related articles Odisha News Lens 4.1

  • ଟଙ୍କା ଦାବି କରି ରଣବୀର ସିଂଙ୍କୁ ଧମକ
    ମନୋରଞ୍ଜନ

    ଟଙ୍କା ଦାବି କରି ରଣବୀର ସିଂଙ୍କୁ ଧମକ

    15059
    Feb 11, 2026
  • ୯ ବର୍ଷରେ ଉତ୍ତର ପ୍ରଦେଶର ବଜେଟ୍ ତିନି ଗୁଣରୁ ଅଧିକ ବୃଦ୍ଧି ପାଇଛି: ଯୋଗୀ ଆଦିତ୍ୟନାଥ
    ଦେଶ-ଦେଶାନ୍ତର

    ୯ ବର୍ଷରେ ଉତ୍ତର ପ୍ରଦେଶର ବଜେଟ୍ ତିନି ଗୁଣରୁ ଅଧିକ ବୃଦ୍ଧି ପାଇଛି: ଯୋଗୀ ଆଦିତ୍ୟନାଥ

    14056
    Feb 11, 2026
  • ବିଧାନସଭା କାର୍ଯ୍ୟ ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ  ଯୋଗାଇ ଦିଆଯିବ ଟାବଲେଟ୍
    ଦେଶ-ଦେଶାନ୍ତର

    ବିଧାନସଭା କାର୍ଯ୍ୟ ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ଯୋଗାଇ ଦିଆଯିବ ଟାବଲେଟ୍

    13574
    Feb 11, 2026
  • ଶ୍ରୀଅଲାରନାଥଙ୍କ ପୀଠରେ ରିଲ୍ସ ସୁଟିଂ
    ଜିଲ୍ଲା ପରିକ୍ରମା

    ଶ୍ରୀଅଲାରନାଥଙ୍କ ପୀଠରେ ରିଲ୍ସ ସୁଟିଂ

    13525
    Feb 11, 2026
  •  ସାଂସଦ ପ୍ରତାପ ଷଡଙ୍ଗୀଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଲେ ଅଶ୍ୱନୀ ବୈଷ୍ଣବ
    ଦେଶ-ଦେଶାନ୍ତର

    ସାଂସଦ ପ୍ରତାପ ଷଡଙ୍ଗୀଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଲେ ଅଶ୍ୱନୀ ବୈଷ୍ଣବ

    13907
    Feb 11, 2026
  • ବିବାଦରେ ‘ଫୋର୍‌ ଷ୍ଟାର୍ସ ଅଫ୍‌ ଡେଷ୍ଟିନି’
    ଦେଶ-ଦେଶାନ୍ତର

    ବିବାଦରେ ‘ଫୋର୍‌ ଷ୍ଟାର୍ସ ଅଫ୍‌ ଡେଷ୍ଟିନି’

    15540
    Feb 11, 2026
  • ଆଦାନୀଙ୍କ ବିରୋଧରେ ମାମଲା ପ୍ରକୃତରେ ମୋଦୀଙ୍କ ବିରୋଧରେ ବୋଲି କହିଲେ ରାହୁଲ
    ଦେଶ-ଦେଶାନ୍ତର

    ଆଦାନୀଙ୍କ ବିରୋଧରେ ମାମଲା ପ୍ରକୃତରେ ମୋଦୀଙ୍କ ବିରୋଧରେ ବୋଲି କହିଲେ ରାହୁଲ

    15034
    Feb 11, 2026
  • AI ନିୟମ କଠୋର : AI ଭିଡିଓରେ  ‘AI Generated’ ଲେବଲ୍ ଲଗାଇବାକୁ ହେବ
    ଦେଶ-ଦେଶାନ୍ତର

    AI ନିୟମ କଠୋର : AI ଭିଡିଓରେ ‘AI Generated’ ଲେବଲ୍ ଲଗାଇବାକୁ ହେବ

    15400
    Feb 11, 2026
  •  ଏହି ଜିଲ୍ଲାରେ ୪ଜି ମୋବାଇଲ ନେଟୱର୍କ ସେବା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଦାବି
    ଦେଶ-ଦେଶାନ୍ତର

    ଏହି ଜିଲ୍ଲାରେ ୪ଜି ମୋବାଇଲ ନେଟୱର୍କ ସେବା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଦାବି

    13996
    Feb 11, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ଟଙ୍କା ଦାବି କରି ରଣବୀର ସିଂଙ୍କୁ ଧମକ

    15059
    Feb 11, 2026
  • ଦେଶ-ଦେଶାନ୍ତର

    ଆଦାନୀଙ୍କ ବିରୋଧରେ ମାମଲା ପ୍ରକୃତରେ ମୋଦୀଙ୍କ ବିରୋଧରେ ବୋଲି କହିଲେ ରାହୁଲ

    15034
    Feb 11, 2026
  • ଜିଲ୍ଲା ପରିକ୍ରମା

    ଶ୍ରୀଅଲାରନାଥଙ୍କ ପୀଠରେ ରିଲ୍ସ ସୁଟିଂ

    13525
    Feb 11, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17332
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17402
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17747
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16222
    Apr 03, 2021

ବିଶେଷ

  • ତଳିପାଦ ଦେଖି ରୋଗ ବିଷୟରେ ଜାଣନ୍ତୁ .....

    14412
    Feb 10, 2026
  • ଅଜୀର୍ଣ୍ଣ ସମସ୍ୟା ଥିଲେ, କରନ୍ତୁ ଏହା

    15379
    Feb 09, 2026
  • ଗୋଲାପ ଦିବସ

    15963
    Feb 07, 2026
  • ହଳଦୀ ପାଣିରୁ ଆରମ୍ଭ କରନ୍ତୁ ଦିନ, ମିଳିଥାଏ ଚମତ୍କାରୀ ଲାଭ

    15833
    Feb 06, 2026
  • ଭୃଷଙ୍ଗ ପତ୍ରରେ ଅଛି ଆଶ୍ଚର୍ଯ୍ୟଜନକ ଫାଇଦା, ଜାଣନ୍ତୁ କିପରି କରିବେ ବ୍ୟବହାର

    16177
    Feb 04, 2026

ବାଣିଜ୍ୟ

୧ ଏପ୍ରିଲରୁ ନୂତନ ଆୟକର ଆଇନ

୧ ଏପ୍ରିଲ, ୨୦୨୬ରୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ ଟିକସ ରିଟର୍ନ ଫର୍ମ ପ୍ରକାଶ କରିଛି, ଯାହା ପ୍ରଥମ ଥର ପାଇଁ ନୂତନ ଆୟକର ଆଇନ, ୨୦୨୫ ପ୍ରକୃତରେ କିପରି କାମ କରିବ ତାହାର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିଛି।

ଦେଶରେ ବର୍ତ୍ତମାନର ଟିକସ ଆଇନ ୧୯୬୧ରୁ ...

  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14937
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14452
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16061
    Jan 28, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15337
    Jan 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୯ ବର୍ଷରେ ଉତ୍ତର ପ୍ରଦେଶର ବଜେଟ୍ ତିନି ଗୁଣରୁ ଅଧିକ ବୃଦ୍ଧି ପାଇଛି: ଯୋଗୀ ଆଦିତ୍ୟନାଥ

    14056
    Feb 11, 2026
  • ଟଙ୍କା ଦାବି କରି ରଣବୀର ସିଂଙ୍କୁ ଧମକ

    15059
    Feb 11, 2026
  • ଶ୍ରୀଅଲାରନାଥଙ୍କ ପୀଠରେ ରିଲ୍ସ ସୁଟିଂ

    13525
    Feb 11, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In