ଟ୍ରକ ଧକ୍କାରେ ଦମ୍ପତି ମୃତ
ଯାଜପୁର: ଟ୍ରକ ଧକ୍କାରେ ଦମ୍ପତି ମୃତ ହୋଇଥିବାବେଳେ ୮ ବର୍ଷର ଝିଅ ଗୁରୁତର ହୋଇଥିବା ଜଣାପଡିଛି । ଧର୍ମଶାଳା ଥାନା ଏନଏଚ-୧୬ ନେଉଳପୁର ନିକଟରେ ଏହି ଦୁର୍ଘଟଣା ଘଟିଛି । ବାଇକରେ ଯାଉଥିବା ବେଳେ ବାପାମାଆ ଓ ଝିଅଙ୍କୁ ଧକ୍କ୍ା ଦେଇଥିଲା ଏକ ଟ୍ରକ । ଗୁରୁତର ଝିଅକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏନେଇ ସ୍ଥାନୀୟ ଲୋକ ରାଜପାଥ ଅବରୋଧ କରିଛନ୍ତି ।