ସ୍ତ୍ରୀକୁ ହାତୁଡ଼ିରେ ପିଟି ହତ୍ୟା
ଯାଜପୁର: ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ହାତୁଡ଼ିରେ ପିଟି ହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା କୋରାଇ ଥାନା ରଣପୁର ଗାଁରେ ।
ରଣପୁର ଗାଁର ଅରୁଣ ଜେନା ଏବଂ ତାଙ୍କ ପତ୍ନୀ ଦିପ୍ତିମୟୀ ଉଭୟ ସରକାରୀ ଶିକ୍ଷକ । ପାରିବାରିକ ସମସ୍ୟାକୁ ନେଇ ଉଭୟଙ୍କ ମଧ୍ୟରେ ଅଧିକାଂଶ ସମୟରେ ଝଗଡ଼ା ଲାଗି ରହୁଥିଲା । ଆଜି ଏହା ଉଗ୍ର ରୂପ ନେଇଥିଲା । କୌଣସି କାରଣକୁ ନେଇ ଦିପ୍ତିମୟୀ ଓ ଅରୁଣଙ୍କ ମଧ୍ୟରେ ପୁଣି ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ଅରୁଣ ଏକ ହାତୁଡ଼ିରେ ଦିପ୍ତିମୟୀଙ୍କୁ ପିଟି ପିଟି ହତ୍ୟା କରିଥିଲେ । ଖବରପାଇ ଘଟଣାସ୍ଥଳରେ କୋରାଇ ଥାନା ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହିତ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । କେଉଁ କାରଣ ପାଇଁ ଅରୁଣ ଏଭଳି ନିଷ୍ପତ୍ତି ନେଲେ, କେବଳ ଝଗଡ଼ା ନା ଆଉ କିଛି ରହସ୍ୟ ଅଛି ତାହା ଏବେ ପୁଲିସ୍ ଖୋଳତାଡ଼ କରୁଛି । ଖୁବ୍ଶୀଘ୍ର ସବୁକିଛି ସ୍ପଷ୍ଟ ହେବ ବୋଲି କୋରାଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
Powered by Froala Editor