ଶରଧାବାଲିରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ଗୌତମ ଆଦାନୀ

ପୁରୀ: ପୁରୀରେ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ। ଗତକାଲି ମହାପ୍ରଭୁଙ୍କର ଘୋଷଯାତ୍ରା ଥିବାବେଳେ ଆଜି ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚି ସପରିବାର ରଥ ଉପରେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ଶରଧାବାଲିରେ ମହାପ୍ରଭୁଙ୍କ ଆର୍ଶୀବାଦ ନେଇଛନ୍ତି। ଆଜି ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ପୁରୀ ଗସ୍ତ କରିଥିଲେ। ପୁରୀ ରଥଯାତ୍ରାରେ ଆଦାନୀ ଗ୍ରୁପ ପକ୍ଷରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ସେବା ପ୍ରଦାନ କରାଯିବ। ମହାପ୍ରଭୁ ଜଗନ୍ନାଥଙ୍କ ଏହି ନବଦିନାତ୍ମକ ଯାତ୍ରାରେ ଦେଶ ବିଦେଶରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଏହି ସମୟରେ ଶ୍ରଦ୍ଧାଳୁଙ୍କ ପାଇଁ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ସେ ଆସିଛନ୍ତି ।
Powered by Froala Editor