ତାରିଣୀ ବସ୍ତ୍ରାଳୟରେ ଅଗ୍ନିକାଣ୍ଡ: ଜଣେ ମୃତ

ଭୁବନେଶ୍ବର: ଭୁବନେଶ୍ଵର କଳ୍ପନା ଛକସ୍ଥିତ ତାରିଣୀ ବସ୍ତ୍ରାଳୟରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ବସ୍ତ୍ରାଳୟରେ କାର୍ଯ୍ୟ କରୁଥିବା ଜଣେ ସେଲ୍ସମ୍ୟାନଙ୍କ ମୃତ୍ୟୁ ଘଟିଥିବା ଲକ୍ଷ୍ମୀସାଗର ଥାନା ପୁଲିସ ପକ୍ଷରୁ ସୂଚନା ମିଳିଛି।
ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିବାବେଳେ ଶଟ୍ସର୍କିଟ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଏଥିରେ କୋଟି କୋଟି ଟଙ୍କାର ବସ୍ତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ନିଆଁକୁ ଆୟତ୍ତ କରିବାକୁ ଦମକଳ ବାହିନୀକୁ ନାକେଦମ ହେବାକୁ ପଡ଼ିଥିଲା। ଅନେକ ସମୟ ଧରି ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା।
Powered by Froala Editor