କମିଲା ସୁନା ଦାମ୍, କେତେ ଅଛି ଜାଣନ୍ତୁ ?

ଭୁବନେଶ୍ୱର : କିଛି ଦିନ ହେବ ଲଗାତାର ହ୍ରାସ ପାଉଛି ସୁନା ଦର । ଯାହା ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ସହ ଆଣିଛି ଖୁସି ଖବର । ସୁନା ଦର ୧ ଲକ୍ଷ ଟଙ୍କା ଅତିକ୍ରମ କରିଥିବା ସହ ଏଯାଏଁ ପ୍ରାୟ ୨ହଜାର ଟଙ୍କା ଦାମ୍ କମିଛି ।
ଜୁନ୍ ୨୫ ଅର୍ଥାତ୍ ବୁଧବାର କମିଛି ସୁନା ଦର । ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦର ୯୮,୯୫୦ ଟଙ୍କା ରହିଛି । ଗତକାଲି ଏହା ୯୯, ୨୨୦ ଟଙ୍କା ଥିଲା । ଏଥିରେ ୨୭୦ ଟଙ୍କା ହ୍ରାସ ହୋଇଛି ।
୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦର ୯୦,୭୦୦ ଟଙ୍କା ରହିଛି । ଗତକାଲି ୯୦,୯୫୦ ଟଙ୍କା ଥିଲା । ଏଥିରେ ୨୫୦ ଟଙ୍କା ହ୍ରାସ ହୋଇଛି ।
୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୭୪,୨୧୦ ଟଙ୍କା ରହିଛି । ଗତକାଲି ୭୪,୪୨୦ ଟଙ୍କା ଥିଲା । ଏଥିରେ ୨୧୦ ଟଙ୍କା ହ୍ରାସ ହୋଇଛି ।
ସେହିପରି ରୁପା ଦାମ୍ ମଧ୍ୟ ହ୍ରାସ ହୋଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୧,୮୦୦ ଟଙ୍କା ରହିଛି । ଗତକାଲି ୧୧,୯୦୦ ଟଙ୍କା ଥିଲା । ଏଥିରେ ୧୦୦ ଟଙ୍କା ହ୍ରାସ ହୋଇଛି ।
Powered by Froala Editor