ହାଇଦରକୁ ଧରିବା ଆମର ପ୍ରାଥମିକତା : ଆଇଜି ନରସିଂହ ଭୋଳ
ଭୁବନେଶ୍ୱର: କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଏସସିବିରୁ ଫେରାର ଘଟଣାରେ ତନାଘନା ଚାଲିଛି ବୋଲି କହିଛନ୍ତି ଉତରାଂଚଳ ଆଇଜି ନରସିଂହ ଭୋଳ । ହାଇଦରକୁ ଧରିବା ଆମର ପ୍ରାଥମିକତା ବୋଲି କହିଛନ୍ତି ଉତ୍ତରାଂଚଳ ଆଇଜି । ଏନେଇ ସମ୍ବଲପୁର ମଣ୍ଡଳ କାରାଗାର ଅଧୀକ୍ଷକଙ୍କୁ ପଚରାଉଚରା କରାଯାଇଛି । କାରାଗାରର ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରାଯାଇଛି ବୋଲି ସେ କହିଛନ୍ତି । ହାଇଦର ଫେରାର ହେବାର ବିଭିନ୍ନ ଦିଗକୁ ଅନୁଧ୍ୟାନ କରାଯାଉଛି । ସମ୍ବଲପୁର ସର୍କଲ ଜେଲରେ ହାଇଦର ବନ୍ଦୀ ଜୀବନ ବିତାଉଥିଲା । ଅସୁସ୍ଥ ହେବାରୁ ପ୍ରଥମେ ତାକୁ ବୁର୍ଲା ଓ ପରେ ଏସସିବି ପଠାଯାଇଥିଲା ।