ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୧୦ ଅଭିଯୁକ୍ତଙ୍କ ଡିଏନଏ ପରୀକ୍ଷା ପାଇଁ ନମୁନା ସଂଗ୍ରହ
ଭୁବନେଶ୍ବର: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କର ଡିଏନଏ ପରୀକ୍ଷା ହେବ। ଏଥିପାଇଁ ଗୁରୁବାର ସେମାନଙ୍କର ନମୁନା ସଂଗ୍ରହ କରାଯାଇଥିବା ସୂଚନା ମିଳିଛି। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଛି।
ସୂଚନାଯୋଗ୍ୟ, ଗତ ୧୫ ତାରିଖ ଅପରାହ୍ନରେ ବ୍ରହ୍ମପୁରର ଏକ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଜଣେ ଛାତ୍ରୀ ନିଜ ପୁରୁଷବନ୍ଧୁଙ୍କ ସହ ଗୋପାଳପୁର ବୁଲିବାକୁ ଆସିଥିବା ସମୟରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ବିଡିଏ ଅଧୀନରେ ରହିଥିବା କାଠ ପୋଲ ବୁଲିବାକୁ ଯାଇଥିବାବେଳେ ପ୍ରାୟ ସନ୍ଧ୍ୟା ୭ଟା ବେଳେ ହିଞ୍ଜିଳିକାଟୁ ସମେତ ଅନ୍ୟାନ୍ୟ ଅଞ୍ଚଳର ୧୦ ଜଣ ଯୁବକ ୩ଟି ମୋଟରସାଇକେଲରେ ଆସି ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ। ପୁରୁଷବନ୍ଧୁ ସେମାନଙ୍କୁ ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ତାଙ୍କୁ ମାଡ଼ ମାରି ବାନ୍ଧିଦେବା ସହିତ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ସେହିଦିନ ରାତି ୧୧ଟାରେ ପୀଡ଼ିତା ଯୁବତୀ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । ଏହା ପରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା।
Powered by Froala Editor