ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛି ୧୫ ଟନରୁ ଊର୍ଦ୍ଧ୍ବ ଇଲିଶି
ଚନ୍ଦନେଶ୍ୱର : ପଶ୍ଚିମବଙ୍ଗର ପ୍ରମୁଖ ମତ୍ସ୍ୟ ଅବତରଣ କେନ୍ଦ୍ର ଦୀଘାରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛି ୧୫ ଟନରୁ ଊର୍ଦ୍ଧ୍ବ ଇଲିଶି। ଏଥିପାଇଁ ଉଭୟ ମତ୍ସ୍ୟଜୀବୀ ଓ ଖାଉଟି ବେଶ ଖୁସି ଥିବା ଦେଖିବାକୁ ମିଳିଛି। ଆଜି ୫୦୦ ଗ୍ରାମରୁ ୧ କେଜି ମଧ୍ୟରେ ଇଲିଶି ସବୁକୁ ୫ ଶହରୁ ୧୨ ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ନଜରକୁ ଆସିଥିଲା। ୨ ମାସର ସାମୁଦ୍ରିକ କଟକଣା ହଟିବା ପରେ ଏବେ ସମୁଦ୍ରରୁ ମାଛ ଧରା ଆରମ୍ଭ ହୋଇଛି। ତେବେ ଲଘୁଚାପ ଜନିତ ବର୍ଷା ପାଇଁ ଓଡ଼ିଶାରେ ମାଛ ଧରା ବନ୍ଦ ରହିଛି। ମାତ୍ର ପଶ୍ଚିମବଙ୍ଗର ମତ୍ସ୍ୟଜୀବୀ ମାଛ ଧରିବାକୁ ଯାଇ ବେଶ ମାଲାମାଲ ହୋଇଥିବା ଚର୍ଚ୍ଚା ହେଉଛି। ବାଂଲାଦେଶ ଓ ମିଆଁମାରରୁ ଏହି ସବୁ ଇଲିଶି ଉପକୂଳ ଅଞ୍ଚଳକୁ ଆସୁଥିବା ମତ୍ସ୍ୟଜୀବୀ କହିଛନ୍ତି। ପ୍ରାୟ ୨୦ରୁ ଅଧିକ ଟ୍ରଲରରେ ୧୫ ଟନରୁ ଊର୍ଦ୍ଧ୍ବ ଇଲିଶି ଧରାଯାଇଛି।
Powered by Froala Editor