ରାଜା ରଘୁବଂଶୀ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତଙ୍କୁ ନେଇ ଘଟଣା ସ୍ଥଳରେ ସିନ୍ ରିକ୍ରିଏସନ କରୁଛି ସିଲଂ ପୁଲିସ

ନୂଆଦିଲ୍ଲୀ:ରାଜା ରଘୁବଂଶୀ ହତ୍ୟାକାଣ୍ଡ ମାମଲାରେ ଖୁବଶୀଘ୍ର ଚାର୍ଜସିଟ୍ ଦାଖଲ କରିବ ପୁଲିସ । ପୁଲିସ ୯୦ ଦିନ ମଧ୍ୟରେ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିପାରିବ । ଏହି ମାମଲାରେ ସିଲଂ ପୁଲିସ ଆଜି ଅଭିଯୁକ୍ତ ମାନଙ୍କୁ ନେଇ ଘଟଣା ସ୍ଥଳରେ ସିନ୍ ରିକ୍ରିଏସନ କରୁଛି । ମାମଲା ସମ୍ପର୍କରେ ମେଘାଳୟ ଡିଜିପି ଇଦାଶିଶା ନୋଙ୍ଗ୍ରାଙ୍ଗ କହିଛନ୍ତି ଯେ ରାଜା ରଘୁବଂଶୀ ହତ୍ୟା ମାମଲାରେ ପୁଲିସ ଟିମ୍ ଘଟଣାସ୍ଥଳକୁ ଯାଇ ସିନ୍ ରିକ୍ରିଏସନ କରିବ । ସୋନମଙ୍କୁ ପଚରାଉଚରା ବେଳେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । ସୋନମ କହିଛି ଯେ ରାଜାଙ୍କୁ ହତ୍ୟା କରିବା ପରେ ଅଳଙ୍କାରକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଲୁଚାଇ ରଖିଥିଲେ । ସୋନମଙ୍କୁ ପୁଲିସ ସେହି ସ୍ଥାନକୁ ନେଇ ସୁନା ଅଳଙ୍କା ଜବତ କରିବ । ପୁଲିସ ଏହି ମାମଲାରେ କେବଳ ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ହତ୍ୟା କରାଯାଇଥିବା ତଦନ୍ତ କରୁନାହିଁ ବରଂ ଅନ୍ୟାନ୍ୟ ଦୃଷ୍ଟିକୋଣରୁ ମଧ୍ୟ ତଦନ୍ତ କରୁଛି ।
Powered by Froala Editor