ପୋଲ ଭୁଶୁଡ଼ି ଭାସିଗଲେ ୩୦ ପର୍ଯ୍ୟଟକ

ରବିବାର ଅପରାହ୍ନରେ ପୁଣେ ନିକଟରେ ଏକ ଦୁଃଖଦ ଘଟଣା ଘଟିଛି। ଦେହୁର କୁଣ୍ଡମାଳ ଅଞ୍ଚଳରେ ଇନ୍ଦ୍ରାୟଣୀ ନଦୀ ଉପରେ ପର୍ଯ୍ୟଟକଙ୍କ ପାଇଁ ନିର୍ମିତ ଏକ ପଦଯାତ୍ରୀ ପୋଲ ଭୁଶୁଡ଼ି ପଡ଼ିଥିଲା। ଯାହା ଫଳରେ ନଦୀର ପ୍ରଚଣ୍ଡ ସ୍ରୋତରେ ୩୦ ଲୋକ ଭାସି ଯାଇଛନ୍ତି।
ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳର ଦଳଗୁଡ଼ିକ ପୁଣେର ଦୁର୍ଘଟଣାସ୍ଥଳରେ ସ୍ଥାନରେ ପହଞ୍ଚିଛନ୍ତି ଏବଂ ଉଦ୍ଧାର କାରୀଜୟ ଜାରି ରହିଛି। ସରକାରୀ ଉଦ୍ଧାରକାରୀ ଦଳ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଲୋକ ଏବଂ ପୋଲିସ ପ୍ରଥମେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି।
ପିମ୍ପରି-ଚିଞ୍ଚଓ୍ବାଡ ପୋଲିସର ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଏହି ଘଟଣା ଅପରାହ୍ନ ପ୍ରାୟ ୩.୩୦ରେ ହୋଇଛି। ସନ୍ଥ ତୁକାରମଙ୍କ ସହିତ ଜଡ଼ିତ ଏକ ପବିତ୍ର ତୀର୍ଥସ୍ଥଳ ଦେହୁରେ ବିଶେଷକରି ସପ୍ତାହାନ୍ତରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳେ। ରବିବାର ହୋଇଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ହୋଇଯାଇଥିଲା। ପ୍ରତ୍ୟକ୍ଷଦର୍ଶୀମାନେ ଏହି ଭୁଶୁଡ଼ି ପଡ଼ିବା ଘଟଣାଟିକୁ ହଠାତ୍ ଏବଂ ଆଶ୍ଚର୍ଯ୍ୟଜନକ ବୋଲି ବର୍ଣ୍ଣନା କରିଛନ୍ତି।
Powered by Froala Editor