ଜୁନ୍ ୧୯ରେ ମହାକାଶ ଯିବ ଆକ୍ସମ୍-୪ ମିଶନ

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶନିବାର ଘୋଷଣା କରିଛି ଯେ, ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ନେଇ ଆକ୍ସମ୍-୪ ଅଭିଯାନ ଏବେ ଜୁନ୍ ୧୯, ୨୦୨୫ରେ ନାସାର କେନେଡି ସ୍ପେସ୍ ସେଣ୍ଟରରୁ ସ୍ପେସ୍ ଏକ୍ସ ଫାଲକନ୍ ୯ ରକେଟ୍ରେ ଲଞ୍ଚ ହେବାକୁ ଯାଉଛି। ଶୁଭାଂଶୁ ଶୁକ୍ଳା ଓ ଅନ୍ୟ ୩ ଜଣ ଆସନ୍ତା ୧୯ ତାରିଖରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍) ଯିବା ଆଶା କରାଯାଉଛି। ସେମାନଙ୍କୁ ନେଇ ମହାକାଶ ଯିବାକୁ ଥିବା ଫାଲ୍କନ୍-୯ ରକେଟରେ ତରଳ ଅକ୍ସିଜେନ୍ ଲିକ୍ କାରଣରୁ ଏହାର ଲଞ୍ଚତ୍ଂକୁ ଗତ ୮, ୧୦ ଏବଂ ୧୧ ତାରିଖରେ ସ୍ଥଗିତ ରଖାଯାଇଥିଲା। ସ୍ପେସ୍ଏକ୍ସ ଉକ୍ତ ସମସ୍ୟାର ସମାଧାନ କରିଥିବା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଶନିବାର ଘୋଷଣା କରିଛି।
କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ କହିଛନ୍ତି, ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ନେଇ ଯାଉଥିବା ଆକ୍ସମ୍-୪ ମିସନର ଉତ୍କ୍ଷେପଣ ତାରିଖ ବର୍ତ୍ତମାନ ଜୁନ୍ ୧୯, ୨୦୨୫କୁ ଘୁଞ୍ଚାଇ ଦିଆଯାଇଛି। ସ୍ପେସ୍ ଏକ୍ସ ଓ ନାସା ସମସ୍ତ ସିଷ୍ଟମ୍କୁ ଭଲ ଭାବରେ ପରୀକ୍ଷଣ ଓ ସୁରକ୍ଷିତ କରିବା ପାଇଁ ପୂର୍ବ ଉତ୍କ୍ଷେପଣ ପ୍ରୟାସକୁ ବନ୍ଦ କରିଦେଇଥିଲେ।
Powered by Froala Editor