ଆମେରିକା ଉପରେ ଆକ୍ରମଣ କଲେ ଇରାନକୁ ଧ୍ବଂସ କରିଦେବୁ: ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଇସ୍ରାଏଲକୁ ଯେଉଁ ଦେଶ ସହଯୋଗ କରିବ ତା’ ଉପରେ ଇରାନ ଆକ୍ରମଣ କରିବ। ଗତ ଶନିବାର ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ସମେତ ଅନ୍ୟ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଇରାନ ଏଭଳି ଧମକ ଦେଇଥିଲା। ରବିବାର ଏହାର ଜବାବ ଦେଇଛି ଆମେରିକା। ଆମେରିକା ଉପରେ ଆକ୍ରମଣ କଲେ ଇରାନକୁ ଧ୍ବଂସ କରିଦେବୁ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଡ଼ା ଚେତାବନୀ ଦେଇଛନ୍ତି।
ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟ କରି ଖାମନେଇ ନେତୃତ୍ଵାଧୀନ ଇସଲାମିକ ରିପବ୍ଲିକ ଇରାନକୁ କଡ଼ା ଶବ୍ଦରେ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, ଇରାନ ଉପରେ ଇସ୍ରାଏଲର ଆକ୍ରମଣ ପଛରେ ଆମେରିକାର କୌଣସି ଭୂମିକା ନାହିଁ। ଏହା ସତ୍ବେ ଯଦି ଆମେରିକା ଉପରେ କୌଣସି ବାଟରେ ଇରାନ ଆକ୍ରମଣ କରେ, ତେବେ ଆମେରିକା ଏହାର ସେନାକୁ ନିୟନ୍ତ୍ରଣମୁକ୍ତ କରିଦେବ। ଯାହାର ପରିଣାମ ଇରାନ କେବେ ଚିନ୍ତା କରି ନ ଥିବ। ତେବେ ଟ୍ରମ୍ପ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଡିଲ୍ କରି ଏହି ଯୁଦ୍ଧ ରୋକିପାରିବେ ବୋଲି କହିଛନ୍ତି।
Powered by Froala Editor