୧ ଲକ୍ଷ ଟଙ୍କା ଟପିଲା ସୁନା ଦର

ଭୁବନେଶ୍ୱର : ବଡ ଖବର । ପୁଣି ସମସ୍ତ ରେକର୍ଡ ଭାଙ୍ଗି ୧ ଲକ୍ଷ ଟଙ୍କା ଟପିଲା ସୁନା ଦର । ଜୁନ୍ ୧୩ ଅର୍ଥାତ୍ ଶୁକ୍ରବାର ସୁନା ଦାମ୍ ପୁଣି ସଭିଁଙ୍କ ଚିନ୍ତା ବଢାଇ ଦେଇଛି ।
୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୦୧,୪୦୦ ଟଙ୍କାରେ ପହଞ୍ଚିଛି । ଗତକାଲି ଏହା ୯୯,୨୮୦ ଟଙ୍କା ଥିଲା । ଏଥିରେ ୨,୧୨୦ ଟଙ୍କା ବୃଦ୍ଧି ହୋଇଛି ।
୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୯୨,୯୫୦ ଟଙ୍କା ହୋଇଛି । ଗତକାଲି ୯୧,୦୦୦ ଟଙ୍କା ଥିଲା । ଏଥିରେ ୧,୯୫୦ ଟଙ୍କା ବୃଦ୍ଧି ହୋଇଛି ।
୧୮ କ୍ୟାରେଟ୍ ସୁନା ଦାମ୍ ୭୬,୦୫୦ ଟଙ୍କା ରହିଛି । ଗତକାଲି ୭୪,୪୬୦ ଟଙ୍କା ଥିଲା । ଏଥିରେ ୧,୫୯୦ ଟଙ୍କା ବୃଦ୍ଧି ହୋଇଛି ।
ସେହିପରି ରୁପା ଦାମ୍ ମଧ୍ୟ ବୃଦ୍ଧି ପାଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୨,୦୦୦ ଟଙ୍କାରେ ପହଞ୍ଚିଛି । ଗତକାଲି ୧୧,୮୯୦ ଟଙ୍କା ଥିଲା । ଏଥିରେ ୧୧୦ ଟଙ୍କା ବୃଦ୍ଧି ହୋଇଛି ।
ପ୍ରଥମେ ଏପ୍ରିଲ ୨୨ରେ ପ୍ରଥମ ଥର ସୁନା ଦାମ୍ ୧ ଲକ୍ଷ ଟଙ୍କା ଅତିକ୍ରମ କରିଥିଲା ।
Powered by Froala Editor