ଭାଇରାଲ ହେବାରେ ଲାଗିଛି ରାଜା ରଘୁବଂଶୀଙ୍କ ଶେଷ ଇନଷ୍ଟାଗ୍ରାମ ପୋଷ୍ଟ

ନୁଆଦିଲ୍ଲୀ: ରାଜା ରଘୁବଂଶୀ ହତ୍ୟାକାଣ୍ଡ ଘଟଣା ପୁରା ଗୁମର ଖୋଲୁଛି ପୁଲିସ । ଘଟଣାରେ ଆଉ ଏକ ଖବର ଏବେ ସାମ୍ନାକୁ ଆସିଛି । ରାଜା ରଘୁବଂଶୀଙ୍କ ଶେଷ ଇନଷ୍ଟାଗ୍ରାମ ପୋଷ୍ଟ ଏବେ ଭାଇରାଲ ହୋଇଛି । ସୋନମ ରାଜାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ପୋଷ୍ଟ ଲେଖିଥିଲେ । ଯାହା ରାଜାଙ୍କ ଶେଷ ସୋସିଆଲ ମିଡ଼ିଆ ପୋଷ୍ଟ ଥିଲା । ଏହି ପୋଷ୍ଟଟି ମେ ୨୩ ତାରିଖ ଦିନ ଅପରାହ୍ନ ୨ଟା ୧୪ମିନିଟରେ ଲେଖାଯାଇଥିଲା । ଏହା ପରେ ରାଜାଙ୍କ ଫୋନ ବନ୍ଦ ହୋଇଯାଇଥିଲା ।
ସେହି ଦିନ ସୋନମ ତାଙ୍କ ଶାଶୁ ଉମା ରଘୁବଂଶୀଙ୍କ ସହ ଶେଷ ଥର କଥା ହୋଇଥିଲେ । ପୋଷ୍ଟ ଲେଖିବା ପରେ ସୋନମ୍ ଫୋନ ବନ୍ଦ କରି ବ୍ୟାଗରେ ରଖି କହିଥିଲେ ଯେ ସେ ଚାହାଁନ୍ତି ନାହିଁ କେହି ତାଙ୍କ ହନିମୁନ ସମୟକୁ ଖରାପ କରନ୍ତୁ । ଏହି ପୋଷ୍ଟ ଦେଖିବା ପରେ ରାଜାଙ୍କ ବନ୍ଧୁ ଓ ପରିବାର ଲୋକ ଫୋନ୍ କରିଥିଲେ । କିନ୍ତୁ ଫୋନ୍ ବନ୍ଦ ହୋଇଯାଇଥିଲା । ଏହାପରେ ରାଜାଙ୍କ ପରିବାର ଲୋକ ଚିନ୍ତାରେ ପଡିଥିଲେ । ପରେ ସେମାନେ ସୋନମଙ୍କୁ ଫୋନ କରିଥିଲେ କିନ୍ତୁ ତାଙ୍କ ଫୋନ୍ ମଧ୍ୟ ବନ୍ଦ ରହିଥିଲା ।
ମଧ୍ୟପ୍ରଦେଶର ଇନ୍ଦୋର ଜିଲା ପରିବହନ ବ୍ୟବସାୟୀ ରାଜା ରଘୁବଂଶୀଙ୍କୁ ଶିଂଲରେ ହତ୍ୟା କରାଯାଇଥିଲା । ମେ ୨୧ରେ ପତ୍ନୀ ସୋନମଙ୍କ ସହ ହନିମୁନରେ ବୁଲିବାକୁ ଯାଇଥିବା ବେଳେ ୨୩ମେ ରେ ରାଜାଙ୍କୁ ହତ୍ୟା କରାଯାଇଥିଲା । ୯ ଜୁନରେ ସୋନମଙ୍କୁ ପୁଲିସ ଗିରଫ କରିବା ପରେ ପୁରା ଘଟଣାରୁ ପର୍ଦ୍ଦା ହଟିଥିଲା । ତିନି ଜଣଙ୍କୁ ସୁପାରି ଦେଇ ପତ୍ନୀ ହତ୍ୟା କରିଥିବା ପୁଲିସ କହିଛି ।
Powered by Froala Editor