ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡାକଡି, ଏ.ଆଇ କ୍ୟାମେରା ନଜରରେ ରହିଛି ପୁରୀ ସହର

ପୁରୀ:ମହାପ୍ରଭୁଙ୍କ ଆଜି ଦିବ୍ୟ ସ୍ନାନ ପୂର୍ଣ୍ଣିମା । ଏହି ଅବସରରେ ପୁରୀରେ ନାହିଁ ନଥିବାର ଭିଡ ପରିଲିଖିତ ହୋଇଛି । ଭକ୍ତଙ୍କ ଗହଳିକୁ ନଜର ରଖି ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୭୦ପ୍ଲାଟୁନ ପୁଲିସ ଫୋର୍ସଙ୍କ ସମେତ ୪୫୦ଜଣ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଶ୍ରୀଜଗନ୍ନାଥ ମନ୍ଦିର ଭିତର ଏବଂ ଚତୁଃପାଶ୍ୱର୍ରେ ଆତଙ୍କବାଦୀ ନିରୋଧ ବାହିନୀ ମୁତୟନ କରାଯାଇଛି । ଏହାସହିତ ଏ.ଆଇ କ୍ୟାମେରା ନଜରରେ ରହିଛି ପୁରୀ ସହର । ୪ଜଣ ଆରକ୍ଷୀ ଅଧୀକ୍ଷକ ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି ।
ଶ୍ରୀଜିଉଙ୍କୁ ୧୦୮ ସୁବାଶିତ ଜଳରେ ସ୍ନାନ କରାଯିବା ପରେ ହାତୀବେଶରେ ସଜ୍ଜିତ କରାଯିବ । ଏହାପରେ ଭକ୍ତମାନେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ କରିବେ । ମଙ୍ଗଳାର୍ପଣ, ଡୋରଲାଗି ଓ ପୁଷ୍ପାଞ୍ଜଳି ପରେ ଧାଡି ପହଣ୍ଡିରେ ରତ୍ନସିଂହାସନରୁ ସ୍ନାନବେଦୀକୁ ଓହ୍ଲାଇ ଆସିଛନ୍ତି ଚତୁର୍ଦ୍ଧା ମୂରତି ।
Powered by Froala Editor