ରାଜା ରଘୁବଂଶୀ ହତ୍ୟା ମାମଲା: ରାଜାଙ୍କ ଭାଇ ବିପିନ ଦେଲେ ଚାଞ୍ଚଲ୍ୟକର ତଥ୍ୟ, ଜାଣନ୍ତୁ କ’ଣ ?

ନୂଆଦିଲ୍ଲୀ: ରାଜା ରଘୁବଂଶୀ ହତ୍ୟା ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ସ୍ତ୍ରୀ ସୋନମ ରଘୁବଂଶୀ ନିଜ ପ୍ରେମିକଙ୍କ ପାଇଁ ସ୍ଵାମୀଙ୍କୁ ହତ୍ୟା କରିଥିବାବେଳେ ପୁଲିସ ତାଙ୍କୁ ୩ ଦିନିଆ ଟ୍ରାନଜିଟ ରିମାଣ୍ଡରେ ନେଇ ଜେରା କରୁଛି। ଅନ୍ୟପଟେ ରାଜାଙ୍କ ଭାଇ ବିପିନ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛନ୍ତି। ରାଜ କୁଶଓ୍ବାହା ସହିତ ସୋନମଙ୍କ ପ୍ରେମ ସମ୍ପର୍କ ବିଷୟରେ ତାଙ୍କ ପରିବାର ଲୋକେ ଜାଣିଥିଲେ। କିନ୍ତୁ ତାହାକୁ ସେମାନେ ଲୁଚାଇ ସୋନମଙ୍କ ବିବାହ କରିଥିଲେ।
ବିପିନ କହିଛନ୍ତି, ସୋନମ ରାଜାଙ୍କ ସହିତ ବିବାହ ପାଇଁ ରାଜି ନ ଥିଲେ। ବିବାହ ହେଲେ ପରିଣାମ ଭୟଙ୍କର ହେବ ବୋଲି ସୋନମ ତାଙ୍କ ମା’ଙ୍କୁ ବିବାହ ପୂର୍ବରୁ କହିଥିଲେ। ମାତ୍ର ରାଜାଙ୍କ ସହିତ ବିବାହ ପାଇଁ ସୋନମଙ୍କୁ ସେ ବାଧ୍ୟ କରିଥିଲେ। ପ୍ରେମିକ ରାଜ ସୋନମଙ୍କ ବାପାଙ୍କ ପାଖରେ ଚାକିରି କରୁଥିଲା। ତେଣୁ ସମ୍ପର୍କ ବିଷୟରେ ଜଣାପଡ଼ିଲେ ତା’କୁ ଚାକିରିରୁ ବାହାର କରିଦିଆଯିବ ବୋଲି ଜାଣି ସୋନମଙ୍କ ମା’ ଚୁପ ରହିଥିଲେ। ତେଣୁ ପୁଲିସ ତାଙ୍କୁ ବି ଜେରା କରିବା ଦରକାର ବୋଲି ବିପିନ କହିଛନ୍ତି।
ବିବାହର ୩ ଦିନ ପରେ ରାଜା ଏବଂ ସୋନମ ଏକ ବିବାହ କାର୍ଯ୍ୟକ୍ରମକୁ ଯାଇଥିଲେ। ସୋନମ ସେଠାରେ ରାଜାଙ୍କ ସହ କଥା ନ ହୋଇ ଗୋଟିଏ କୋଣରେ ବସି ମୋବାଇଲରେ ବ୍ୟସ୍ତ ରହୁଥିବା ନେଇ ରାଜା ପରିବାର ଲୋକଙ୍କୁ କହିଥିଲେ। ପରିବାର ଲୋକେ ଏହାକୁ ଗୁରୁତ୍ଵ ଦେଇନଥିଲେ।
Powered by Froala Editor