Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, April 20, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଝାଲମୁଢି ଖାଇଲେ ମୋଦୀ, ଦୋକାନୀ କହିଲେ ...

  • ଇରାନ ଏବଂ ଆମେରିକା ମଧ୍ୟରେ ଅଚଳାବସ୍ଥା, ...

  • ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୨ ମୃତ

  • ମଣିଷର ମୃତ୍ୟୁ ପରେ କାର୍‌କୁ ବି କବର

  • ‘ମହାବତାର ପର୍ଶୁରାମ’ର ପୋଷ୍ଟର ରିଲିଜ୍

  • ଇନ୍‌ଷ୍ଟାଗ୍ରାମରେ ୧୦ ଲକ୍ଷ ଫଲୋଅର୍ସ, ...

  • ଖାଇକୁ ଖସିଲା ବସ୍, ୧୫ ମୃତ

  • ଭାରତ-ରୁଷ ମୁତୟନ କରିବେ ୩ ହଜାର ସୈନ୍ୟ

  • ତାମିଲନାଡ଼ୁ ବାଣ ବିସ୍ଫୋରଣ : ମୃତ୍ୟୁ ...

  • ଏସବୁ ଖାଦ୍ୟ ହାର୍ଟ ପାଇଁ ସାଜିଥାଏ କାଳ

ରାଜ୍ୟ
Home ›› ରାଜ୍ୟ ››ରାଜ୍ୟ ସରକାର କୌଣସି ପ୍ରକାର ଦୁର୍ନୀତିକୁ ବରଦାସ୍ତ କରିବେ ନାହିଁ: ସୁରେଶ ପୂଜାରୀ

ରାଜ୍ୟ ସରକାର କୌଣସି ପ୍ରକାର ଦୁର୍ନୀତିକୁ ବରଦାସ୍ତ କରିବେ ନାହିଁ: ସୁରେଶ ପୂଜାରୀ

2025-06-10 09:05:41
14960
Share:
Facebook
Twitter
E-Mail
WhatsApp
Telegram
ରାଜ୍ୟ ସରକାର କୌଣସି ପ୍ରକାର ଦୁର୍ନୀତିକୁ ବରଦାସ୍ତ କରିବେ ନାହିଁ: ସୁରେଶ ପୂଜାରୀ

ଭୁବନେଶ୍ବର: ଓଡ଼ିଶାରୁ ଦୁର୍ନୀତି ମୂଳୋତ୍ପାଟନ ପାଇଁ ମୋହନ ସରକାର ଅଭିଯାନ ଆରମ୍ଭ କରିଛନ୍ତି। ବିଜେପି ସରକାର ଗଠନ ପରଠାରୁ ବହୁ ସରକାରୀ ଦୁର୍ନୀତିଗ୍ରସ୍ତ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିଲେଣି। ରାଜ୍ୟ ସରକାର କୌଣସି ପ୍ରକାର ଦୁର୍ନୀତିକୁ ବରଦାସ୍ତ କରିବେ ନାହିଁ। ଦୁର୍ନୀତି ଉପରେ ଶୂନ ସହନଶୀଳତା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଭିମୁଖ୍ୟ ରହିଛି। ଏବେବି ସମୟ ଅଛି, ଦୁର୍ନୀତିଗ୍ରସ୍ତ ଅଧିକାରୀ ସତର୍କ ହୋଇଯାଆନ୍ତୁ, ନଚେତ୍‌ ଯେ କୌଣସି ପ୍ରଭାବଶାଳୀ ତଥା କ୍ଷମତାଶାଳୀ ବ୍ୟକ୍ତି ହେଲେ ବି ସେମାନଙ୍କୁ ଆଦୌ ଛଡ଼ାଯିବ ନାହିଁ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ଚେତାବନୀ ଦେଇଛନ୍ତି।
ସମ୍ବଲପୁର ଡିଏସ୍‌ଆର୍‌ ଗିରଫ ହୋଇ ଏବେ ଜେଲ୍‌ରେ ଅଛନ୍ତି। ଯାହାଙ୍କ ବିରୋଧରେ ମୃତ ମଣିଷକୁ ଜୀବିତ ଦର୍ଶାଇ ତା’ର ଦରମା ପ୍ରସ୍ତୁତ କରିଥିବା ଅଭିଯୋଗ ରହିଛି। ଜିଲାର ମାନେଶ୍ବର ଅତିରିକ୍ତ ତହସିଲଦାର ବି ଜେଲ୍‌ରେ ଅଛନ୍ତି। ଏବେ ଧର୍ମଗଡ଼ ଉପଜିଲାପାଳ ଜଣେ କ୍ରସର ମାଲିକ ଠାରୁ ୧୦ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇ ଆଜି ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି। ଦୁର୍ନୀତି କଲେ ନିଶ୍ଚିତ ଭାବେ ଜେଲ୍‌ ଯିବ ବୋଲି ମନ୍ତ୍ରୀ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତି।
ଲୋକମାନେ ସରକାରଙ୍କୁ ସହଯୋଗ କରନ୍ତୁ। କେହି ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦିଅନ୍ତୁ ନାହିଁ। କାର୍ଯ୍ୟ ହାସଲ ପାଇଁ ଲାଞ୍ଚ ଦେବା ଅର୍ଥ ସରକାରୀ ଅଧିକାରୀଙ୍କୁ ଲାଞ୍ଚୁଆ କରିବା। ଲାଞ୍ଚ ନେବା ଯେତେବଡ଼ ଅପରାଧ ଲାଞ୍ଚ ଦେବା ମଧ୍ୟ ସମପରିମାଣ ଅପରାଧ। ଏହା ସମାଜକୁ କ୍ଷତିଗ୍ରସ୍ତ କରୁଛି। ଲୋକେ ଲାଞ୍ଚ ଦିଅନ୍ତୁ ନାହିଁ, ବରଂ ଲାଞ୍ଚ ମାଗୁଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜସ୍ବ ବିଭାଗକୁ ସୂଚନା ଦିଅନ୍ତୁ ବୋଲି ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ଶ୍ରୀ ପୂଜାରୀ।
ଦୁର୍ନୀତିଖୋର ଓ ଲାଞ୍ଚୁଆ ଅଧିକାରୀଙ୍କୁ ଚିହ୍ନଟ କରି କାରାଗାରକୁ ପଠାଇବା ପ୍ରକ୍ରିୟାକୁ ଭିଜିଲାନ୍ସ ତ୍ବରିତ କରିଛି। ଭିଜିଲାନ୍ସ ତଥ୍ୟ ଅନୁଯାୟୀ, ୨୦୨୪ ଜୁନ୍‌ ୧୨ରୁ ୨୦୨୫ ଆଜି ପର୍ଯ୍ୟନ୍ତ ୨୨୩ଟି ମାମଲା ରୁଜୁ ହୋଇଛି। ୯୩ଟି ଲାଞ୍ଚ ମାମଲା, ୬୩ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା, ୬୭ଟି ଆର୍ଥିକ ଅନିୟମିତତା ମାମଲା ରୁଜୁ ହୋଇଛି। ଏହି ମାମଲା‌େ‌ର ୨୧୮ଜଣଙ୍କୁ ଗିରଫ କରାଯାଇଛି। ୬୩ଟି ମାମଲାରେ ୧୫୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଭିଜିଲାନ୍ସ ଜବତ କରିଛି।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ (ସଡ଼କ ଯୋଜନା)ର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ୧୫ କୋଟିର ଅଧିକ ଟଙ୍କାର ସମ୍ପତ୍ତି ମିଳିଥିଲା। ବ୍ରହ୍ମପୁର ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲୀପ ଚୌଧୁରୀଙ୍କ ଠାରୁ ୧୦ କୋଟିରୁ ଅଧିକ ସମ୍ପତ୍ତି ଠାବ ହୋଇଥିଲା। ସେହପରି ପରିବହନ ବିଭାଗର ଉପ-ଆୟୁକ୍ତ ପ୍ରଦୀପ କୁମାର ମହାନ୍ତିଙ୍କଠାରୁ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା। ତାଙ୍କ ଆୟ ତୁଳନାରେ ୧୪୩ ପ୍ରତିଶତ କଳାଧନ ମିଳିଥିଲା। ମାଲକାନଗିରି ଜଳସମ୍ପଦ ବିଭାଗର ପ୍ରକଳ୍ପ ଉପନିର୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଠାରୁ ନଗଦ ୧.୯୮ କୋଟି ଟଙ୍କା ଜବତ ହୋଇଥିଲା। ଲାଞ୍ଚୁଆ ଓ ସରକାରୀ ଅର୍ଥ ଆତ୍ମସାତ୍‌ କରିଥିବା ଦୁର୍ନୀତିଖୋର ଅଧିକାରୀ ଭିଜିଲାନ୍ସ ପଞ୍ଝାରେ ପଡ଼ୁଛନ୍ତି। ଏଥିସହ ଗୋଟିଏ ବର୍ଷରେ ୧୩ଜଣ ଲାଞ୍ଚୁଆ ପୁଲିସ ବି ଧରାପଡ଼ିଛନ୍ତି। ବିଶେଷକରି ବିଭିନ୍ନ ଜିଲାର ଗ୍ରାମାଞ୍ଚଳରେ ପୋଖରୀ ଖନନ, ଚାରାରୋପଣ ସହ ଅନ୍ୟାନ୍ୟ କାର୍ଯ୍ୟରେ ଆସିଥିବା ସରକାରୀ ଅର୍ଥକୁ ଆତ୍ମସାତ୍‌ କରାଯାଇଛି। ମିଛ ବିଲ୍‌ ଓ କାଗଜପତ୍ର କରି ସରକାରୀ ଅର୍ଥକୁ ଆତ୍ମସାତ କରି ନେଇଥିବା ସରକାରୀ କର୍ମଚାରୀ ଧରାପଡ଼ୁଛନ୍ତି। କେବଳ ଏତିକି ନୁହନ୍ତି, ଗ୍ରୁପ୍‌ ଏ, ଗ୍ରୁପ୍‌ ବି, ଗ୍ରୁପ୍‌ ସି, ଗ୍ରୁପ୍‌ ଡି, ଅନ୍ୟ ସରକାରୀ କର୍ମଚାରୀ ଓ ବେସରକାରୀ ବ୍ୟକ୍ତିବିଶେଷ ବି ଏହି ଦୁର୍ନୀତିରେ ରହିଛନ୍ତି। ବିଭିନ୍ନ ବିଭାଗରେ ଚାକିରି କରି ସରକାରୀ ଅର୍ଥ ଆତ୍ମସାତ୍‌ କରି କଳାଧନ ଠୁଳ କରୁଥିବା ଅଧିକାରୀ ଓ କର୍ମଚାରୀ ଭିଜିଲାନ୍ସ ସ୍କାନରରେ ଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Powered by Froala Editor

Tags Suresh pujari

Related articles Odisha News Lens 4.1

  • ଇରାନ ଏବଂ ଆମେରିକା ମଧ୍ୟରେ ଅଚଳାବସ୍ଥା, ବୃଦ୍ଧି ପାଇଲା ତୈଳ ଦର
    ଦେଶ-ଦେଶାନ୍ତର

    ଇରାନ ଏବଂ ଆମେରିକା ମଧ୍ୟରେ ଅଚଳାବସ୍ଥା, ବୃଦ୍ଧି ପାଇଲା ତୈଳ ଦର

    14332
    Apr 20, 2026
  • ତାମିଲନାଡ଼ୁ ବାଣ ବିସ୍ଫୋରଣ : ମୃତ୍ୟୁ ସଂଖ୍ୟା ୨୩, ଆହୁରି ବଢ଼ିବାର ଆଶଙ୍କା
    ଦେଶ-ଦେଶାନ୍ତର

    ତାମିଲନାଡ଼ୁ ବାଣ ବିସ୍ଫୋରଣ : ମୃତ୍ୟୁ ସଂଖ୍ୟା ୨୩, ଆହୁରି ବଢ଼ିବାର ଆଶଙ୍କା

    15588
    Apr 20, 2026
  • ଭାରତ-ରୁଷ ମୁତୟନ କରିବେ ୩ ହଜାର ସୈନ୍ୟ
    ଦେଶ-ଦେଶାନ୍ତର

    ଭାରତ-ରୁଷ ମୁତୟନ କରିବେ ୩ ହଜାର ସୈନ୍ୟ

    15426
    Apr 20, 2026
  • ‘ମହାବତାର ପର୍ଶୁରାମ’ର ପୋଷ୍ଟର ରିଲିଜ୍
    ମନୋରଞ୍ଜନ

    ‘ମହାବତାର ପର୍ଶୁରାମ’ର ପୋଷ୍ଟର ରିଲିଜ୍

    13911
    Apr 20, 2026
  • ଇନ୍‌ଷ୍ଟାଗ୍ରାମରେ ୧୦ ଲକ୍ଷ ଫଲୋଅର୍ସ, କିନ୍ତୁ ସନ୍ୟାସିନୀ ପାଲଟିଲେ ହର୍ଷା
    ମନୋରଞ୍ଜନ

    ଇନ୍‌ଷ୍ଟାଗ୍ରାମରେ ୧୦ ଲକ୍ଷ ଫଲୋଅର୍ସ, କିନ୍ତୁ ସନ୍ୟାସିନୀ ପାଲଟିଲେ ହର୍ଷା

    14517
    Apr 20, 2026
  • ମଣିଷର ମୃତ୍ୟୁ ପରେ କାର୍‌କୁ ବି କବର
    ଦେଶ-ଦେଶାନ୍ତର

    ମଣିଷର ମୃତ୍ୟୁ ପରେ କାର୍‌କୁ ବି କବର

    14859
    Apr 20, 2026
  • ଝାଲମୁଢି ଖାଇଲେ ମୋଦୀ, ଦୋକାନୀ କହିଲେ ସବୁଠାରୁ ବଡ଼ ସୁଯୋଗ ହରାଇଲି
    ଦେଶ-ଦେଶାନ୍ତର

    ଝାଲମୁଢି ଖାଇଲେ ମୋଦୀ, ଦୋକାନୀ କହିଲେ ସବୁଠାରୁ ବଡ଼ ସୁଯୋଗ ହରାଇଲି

    15500
    Apr 20, 2026
  • ଏସବୁ ଖାଦ୍ୟ ହାର୍ଟ ପାଇଁ ସାଜିଥାଏ କାଳ
    ବିଶେଷ

    ଏସବୁ ଖାଦ୍ୟ ହାର୍ଟ ପାଇଁ ସାଜିଥାଏ କାଳ

    13467
    Apr 20, 2026
  • ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୨ ମୃତ
    ଦେଶ-ଦେଶାନ୍ତର

    ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୨ ମୃତ

    13466
    Apr 20, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ତାମିଲନାଡ଼ୁ ବାଣ ବିସ୍ଫୋରଣ : ମୃତ୍ୟୁ ସଂଖ୍ୟା ୨୩, ଆହୁରି ବଢ଼ିବାର ଆଶଙ୍କା

    15588
    Apr 20, 2026
  • ଦେଶ-ଦେଶାନ୍ତର

    ଝାଲମୁଢି ଖାଇଲେ ମୋଦୀ, ଦୋକାନୀ କହିଲେ ସବୁଠାରୁ ବଡ଼ ସୁଯୋଗ ହରାଇଲି

    15500
    Apr 20, 2026
  • ଦେଶ-ଦେଶାନ୍ତର

    ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୨ ମୃତ

    13466
    Apr 20, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17426
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17480
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17837
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16308
    Apr 03, 2021

ବିଶେଷ

  • ଏସବୁ ଖାଦ୍ୟ ହାର୍ଟ ପାଇଁ ସାଜିଥାଏ କାଳ

    13467
    Apr 20, 2026
  • ଅସ୍ଥି ମଜଭୁତ କରେ ଖଜୁରି

    16128
    Apr 16, 2026
  • ଅକ୍ଷୟ ତୃତୀୟାରେ କରନ୍ତୁ ମାନସିକ ଜପ, ମିଳିବ ଖାଲି ଲାଭ

    15824
    Apr 13, 2026
  • ଫ୍ରିଜରୁ ବହୁତ ଥଣ୍ଡା ପାଣି ପିଇବା ଦ୍ଵାରା ହୋଇଥାଏ ଏହି କ୍ଷତି

    16180
    Apr 12, 2026
  • ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ବିଷୟରେ ଜାଣନ୍ତୁ.....

    14800
    Apr 11, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15344
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15076
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15577
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13875
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଇରାନ ଏବଂ ଆମେରିକା ମଧ୍ୟରେ ଅଚଳାବସ୍ଥା, ବୃଦ୍ଧି ପାଇଲା ତୈଳ ଦର

    14332
    Apr 20, 2026
  • ଏସବୁ ଖାଦ୍ୟ ହାର୍ଟ ପାଇଁ ସାଜିଥାଏ କାଳ

    13467
    Apr 20, 2026
  • ତାମିଲନାଡ଼ୁ ବାଣ ବିସ୍ଫୋରଣ : ମୃତ୍ୟୁ ସଂଖ୍ୟା ୨୩, ଆହୁରି ବଢ଼ିବାର ଆଶଙ୍କା

    15588
    Apr 20, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In