ଭାରତ ମଣ୍ଡପମ୍ ଭଳି ଓଡ଼ିଶାରେ ହେବ ‘ଓଡ଼ିଶା ମଣ୍ଡପ’

ଭୁବନେଶ୍ଵରସ୍ଥିତ ଚନ୍ଦ୍ରଶେଖରପୁରରେ ନିର୍ମାଣ ହେବ ଓଡ଼ିଶା ମଣ୍ଡପ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଭଳି ଓଡ଼ିଶାରେ ମଧ୍ୟ ବିଶ୍ୱସ୍ତରୀୟ ସମ୍ମିଳନୀ କକ୍ଷ ‘ଓଡ଼ିଶା ମଣ୍ଡପ’ ନିର୍ମାଣ ପାଇଁ ସରକାର ପରିକଳ୍ପନା କରିଛନ୍ତି। ୧୦ ହଜାର ଲୋକ ବସିବା କ୍ଷମତାର କନଭେନସନ ସେଣ୍ଟର ରହିବ। ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ମନ୍ତ୍ରୀ କହିଛନ୍ତି, ଓଡ଼ିଶା ମଣ୍ଡପ ପାଇଁ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ ସରିଛି। ଏଥିରେ ୧୦ ହଜାର ଲୋକ ବସିବାର କ୍ଷମତା ରହିବ। ଏତଦ୍ ବ୍ୟତୀତ ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ଅନେକଗୁଡ଼ିଏ କାମ ଏବେ କନସେପ୍ଟ ଷ୍ଟେଜରେ ଅଛି।
ସେ କହିଛନ୍ତି, “ଭୁବନେଶ୍ୱରରେ ଏଲିଭେଟେଡ୍ ମେଟ୍ରୋ ହେବନି। ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ନେଇ ଯୋଜନା ଚାଲିଛି। ନଗର ଉନ୍ନୟନ ବିଭାଗ ଏନେଇ ଯୋଜନା ପ୍ରସ୍ତୁତ କରୁଛି।”
ରାଜ୍ୟରେ ନୂଆକରି ନିର୍ମାଣ ହେବ ସେକ୍ରେଟାରିଏଟ୍(ଲୋକସେବା ଭବନ) ଏବଂ ବିଧାନସଭା। ଓଡ଼ିଶା ଏକ ବାତ୍ୟା ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଅନେକ ସ୍ଥାନରେ ବାତ୍ୟା ପ୍ରତିରୋଧ ବିଲ୍ଡିଂ ନିର୍ମାଣ ହେବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ହରିଚନ୍ଦନ କହିଛନ୍ତି।
Powered by Froala Editor