ରାମ ଦରବାରର ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ

ରାମନଗରୀରେ ରାମ ଦରବାରର ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଛି। ଗତ ବର୍ଷ ଜାନୁଆରି ମାସରେ ଅଯୋଧ୍ୟାରେ ନିର୍ମାଣାଧୀନ ରାମମନ୍ଦିରରେ ଭଗବାନ ରାମଙ୍କ ବାଳକ ମୂର୍ତ୍ତିଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା । ସେବେଠାରୁ ସମସ୍ତଙ୍କ ମନରେ ପ୍ରଶ୍ନ ଥିଲା ଭଗବାନ ରାମ କେବେ ସପରିବାର ନିଜ ସିଂହାସନରେ ବିରାଜମାନ କରିବେ ? ଜ୍ୟେଷ୍ଠ ଶୁକ୍ଳ ଦଶମୀ ଅବସରରେ ଶ୍ରଦ୍ଧାଳୁଙ୍କ ସେହି ଅଭିଳାଷ ପୂରଣ ହୋଇଛି ।
ଦ୍ଵି୍ତୀୟ ପ୍ରାଣ ପ୍ରତିଷ୍ଠା ବୈଦିକ ମନ୍ତ୍ର ଉଚ୍ଚାରଣ ସହ ସମାପ୍ତ ହୋଇଛି। ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ପହଞ୍ଚି ରାମଲାଲାଙ୍କ ଦର୍ଶନ କରିଛନ୍ତି। ଗତ ବର୍ଷ ଜଆନୁଆରୀ ୨୨ରେ ରାମ ଜନ୍ମଭୂମିରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା। ଗୁରୁବାର ଦ୍ଵିତୀୟ ପ୍ରାଣ ପ୍ରତିଷ୍ଠାରେ ପ୍ରଭୁ ରାମ ରାଜା ଭାବେ ଦରବାରରେ ବିରାଜମାନ କରିଛନ୍ତି। ରାମ ମନ୍ଦିରର ପ୍ରଥମ ମହଲାରେ ପ୍ରଭୁ ଶ୍ରୀରାମଙ୍କ ଦରବାର ରହିଛି। ଯେଉଁଠାରେ ଶ୍ରୀରାମଙ୍କ ସହିତ ମାତା ସୀତା, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଏବଂ ତାଙ୍କ ଭକ୍ତ ପ୍ରଭୁ ହନୁମାନ ମଧ୍ୟ ଅଛନ୍ତି।
ଜୁନ୍ ୩ରୁ ଜୁନ୍ ୫ ପର୍ଯ୍ୟନ୍ତ ଅଯୋଧ୍ୟାରେ ରାମ ଦରବାର ସମେତ ଅନେକ ମନ୍ଦିରର ପ୍ରାଣ ପ୍ରତିଷ୍ଠାର ବିରାଟ ଆୟୋଜନ କରାଯାଉଛି। ଦେବାଦେବୀମାନଙ୍କ ଆଠଟି ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଜୁନ୍ ୫ ତାରିଖରେ ଗଙ୍ଗା ଦଶହରାରେ ଶେଷ ହେଉଛି।
Powered by Froala Editor