ଯବାନଙ୍କ ଗୁଳିରେ ମାଓବାଦୀ ସୁଧାକର ନିହତ

ଛତିଶଗଡ଼ର ବିଜାପୁର ଜିଲାରେ ଯବାନଙ୍କ ଗୁଳିରେ ନିହତ ହୋଇଛି ମାଓବାଦୀ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ସୁଧାକର। ସୁଧାକର ନାଁରେ ୪୦ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା।
ସୂଚନା ଅନୁଯାୟୀ ବିଶେଷ ସୂତ୍ରରୁ ଖବର ପାଇ ବିଜାପୁର ଡିଆରଜି ଏବଂ ଏସଟିଏଫ ଯବାନ ଜାତୀୟ ଉଦ୍ୟାନରେ ପଶିଥିଲେ। ସର୍ଚ୍ଚ ଅପରେସନ ବେଳେ ଜଂଗଲରେ ନକ୍ସଲ ସହ ମୁହାଁମୁହିଁ ହୋଇଥିଲେ। ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳିବିନିମୟରେ ବହୁ ନକ୍ସଲ ମୃତ୍ୟୁବରଣ କରିଥିବା ଜଣାପଡିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ପୁଲିସ କୌଣସି ସୂଚନା ପ୍ରଦାନ କରୁନାହିଁ। କେବଳ ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ସୁଧାକରର ମୃତ୍ୟୁ ହୋଇଥିବା ସୂଚନା ମିଳୁଛି।
ସୁଧାକର ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ପ୍ରଗାଦାଵରମ ଗ୍ରାମ ନିବାସୀ। ସୁଧାକରର ବିଭିନ୍ନ ସ୍ଥାନରେ ବିଭିନ୍ନ ନାମ ରହିଥିବା ବେଳେ ମୁଖ୍ୟତଃ ସେ ସୁଧାକର ନାମରେ ପରିଚିତ ଥିଲା। ସୁଧାକରକୁ ବର୍ତ୍ତମାନ ୬୨ ବର୍ଷ ହୋଇଥିବା ବେଳେ ସେ ବିଜୟଵାଡା ଠାରେ ଆୟୁର୍ବେଦିକ ଶିକ୍ଷା ଲାଭ କରିଛନ୍ତି। ସୁଧାକର ବର୍ତ୍ତମାନ ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟିର ମୁଖ୍ୟ ଥିଲା।
ସୁଧାକର ଚାରି ରାଜ୍ୟ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଏବଂ ମହାରାଷ୍ଟ ପାଇଁ ଥିଲା ମୋଷ୍ଟ ୱାଣ୍ଟେଡ। ଗତ ମେ ୨୧ ତାରିଖରେ କେନ୍ଦ୍ରୀୟ କମିଟି ସଦସ୍ୟ ବାସବରାଜୁର ଏନକାଉଣ୍ଟରରେ ମୃତ୍ୟୁ ହୋଇଥିଲା।
Powered by Froala Editor