ଭାରତରେ ନିର୍ମାଣ ହେବ ରାଫେଲ

ଫରାସୀ ପ୍ରତିରକ୍ଷା ଏବଂ ବିମାନ ଚଳାଚଳ କମ୍ପାନୀ ଡାସଲ୍ଟ ଆଭିଏସନ ଏବଂ ଭାରତୀୟ ମହାକାଶ କମ୍ପାନୀ ଟାଟା ଆଡଭାନ୍ସଡ ସିଷ୍ଟମ୍ସ ଲିମିଟେଡ୍ (TASL) ଭାରତରେ ରାଫେଲ ଯୁଦ୍ଧ ବିମାନର ଫ୍ୟୁଜଲେଜ୍ (ମୁଖ୍ୟ ଅଂଶ) ନିର୍ମାଣ କରିବା ପାଇଁ ଚାରୋଟି ଉତ୍ପାଦନ ସ୍ଥାନାନ୍ତର ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ଏହାଦ୍ବାରା ଭାରତର ପ୍ରତିରକ୍ଷା ବାହିନୀ ଆହୁରି ଶକ୍ତିଶାଳି ହେବ ବୋଲି କୁହାଯାଉଛି ।
ଏହି ପଦକ୍ଷେପକୁ ଭାରତର ‘ମେକ ଇନ୍ ଇଣ୍ଡିଆ’ ଏବଂ ଆତ୍ମନିର୍ଭର ଭାରତ ମିଶନ ଦିଗରେ ଏକ ପ୍ରମୁଖ ମାଇଲଖୁଣ୍ଟ ଭାବରେ ବିବେଚନା କରାଯାଉଛି। ଏହି ଚୁକ୍ତିନାମା ଅନୁଯାୟୀ, TASL ହାଇଦ୍ରାବାଦରେ ଏକ ଅତ୍ୟାଧୁନିକ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ, ଯେଉଁଠାରେ ରାଫେଲର ଅନେକ ଗୁରୁତ୍ୱପୂର୍ଣ୍ଣ ଅଂଶ ନିର୍ମାଣ କରାଯିବ, ଯେଉଁଥିରେ ପଛ ଫୁଜଲେଜର ପାର୍ଶ ସେଲ, ସମ୍ପୂର୍ଣ୍ଣ ପଛ, କେନ୍ଦ୍ରୀୟ ଏବଂ ସମ୍ମୁଖ ଅଂଶ ଅନ୍ତର୍ଭୁକ୍ତ।
ଏହି ଉତ୍ପାଦନ ୟୁନିଟ୍ FY2028 (ଆର୍ଥିକ ବର୍ଷ ୨୦୨୮) ପୂର୍ବରୁ ଏହାର ପ୍ରଥମ ଫ୍ୟୁଜଲେଜ୍ ସେକ୍ସନ ନିର୍ମାଣ ଆରମ୍ଭ କରିବ ଏବଂ ପ୍ରତି ମାସରେ ୨ଟି ପୂର୍ଣ୍ଣ ଫ୍ୟୁଜେଜ୍ ଉତ୍ପାଦନ କରିବାର କ୍ଷମତା ରଖିବ।ପ୍ରାରମ୍ଭରେ, ପ୍ରତି ମାସରେ ଦୁଇଟି ସମ୍ପୂର୍ଣ୍ଣ ଫ୍ୟୁଜେଲ୍ଜ୍ ଆସେମ୍ବଲି ଲାଇନରୁ ଗଡ଼ିପାରିବ। ଏହା ପ୍ରଥମ ଥର ହେବ ଯେତେବେଳେ ରାଫେଲ୍ ଗଠନ ଫ୍ରାନ୍ସ ବାହାରେ ନିର୍ମାଣ କରାଯାଉଛି।
ଏହି ଚୁକ୍ତିନାମା ଭାରତକୁ ବିଶ୍ୱସ୍ତରୀୟ ମହାକାଶ ଯୋଗାଣ ଶୃଙ୍ଖଳାରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ କରିବ ।
Powered by Froala Editor