ଜୁଲାଇ ୨୧ରୁ ମୌସୁମୀ ଅଧିବେଶନ ଆରମ୍ଭ

ଜୁଲାଇ ୨୧ ତାରିଖରୁ ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏନେଇ ସଂସଦୀୟ କାର୍ଯ୍ୟମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି । ଏହି ଅଧିବେଶନ ଅଗଷ୍ଟ ୧୨ ତାରିଖ ଯାଏଁ ଚାଲିବ। ଏହି କ୍ରମରେ ଉଭୟ ରାଜ୍ୟସଭା ଓ ଲୋକସଭାରେ ଅଧିବେଶନ ଚାଲିବ । ଏଥିରେ ବିଧେୟକ ଓ ଅଣବିଧେୟକ କାର୍ଯ୍ୟ ଉପରେ ଆଲୋଚନା ହେବ ।
କିରଣ ରିଜିଜୁ କହିଛନ୍ତି କି, ଚଳିତ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିବା ସହ ଏହା ଉପରେ ଚର୍ଚ୍ଚା କରିବାକୁ ପ୍ରସ୍ତୁତ ଚାଲିଛି । ସଂସଦକୁ ଶୃଙ୍ଖଳିତ ଭାବେ ଚଳାଇବାକୁ ସଂସଦୀୟ ମନ୍ତ୍ରୀ ବିରୋଧୀଦଳମାନଙ୍କ ସହଯୋଗ ଲୋଡିଛନ୍ତି । ବିରୋଧୀଙ୍କ ଭାଗିଦାରୀ ଲୋକତନ୍ତ୍ରର ଆତ୍ମା ବୋଲି ସେ କହିଛନ୍ତି ।
ଅପରେସନ ସିନ୍ଦୂର ଏବଂ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବା ପାଇଁ ବିରୋଧୀଙ୍କ କ୍ରମାଗତ ଦାବି ମଧ୍ୟରେ ସରକାର ଏହି ଘୋଷଣା କରିଛନ୍ତି। ସଂସଦର ମୌସୁମୀ ଅଧିବେଶନରେ ବୀମା ସଂଶୋଧନ ବିଲ୍ ଆଗତ ହୋଇପାରେ। ଏହି ବିଲ୍ ବୀମା କ୍ଷେତ୍ରରେ FDI ସୀମାକୁ 100 ପ୍ରତିଶତକୁ ବୃଦ୍ଧି କରିବାକୁ ସ୍ଥିର ହୋଇଛି।
Powered by Froala Editor