୧୫ରେ ହେବାକୁ ଥିବା ନିଟ୍ ପିଜି ପରୀକ୍ଷା ସ୍ଥଗିତ

ଜୁନ ୧୫ରେ ହେବାକୁ ଥିବା ନିଟ୍ ପିଜି ୨୦୨୫ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏହି ପରୀକ୍ଷାକୁ ଗୋଟିଏ ସିଫ୍ଟରେ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ନ୍ୟାସନାଲ ବୋର୍ଡ ଅଫ ଏକଜାମିନେସନ୍ସ ଇନ ମେଡିକାଲ ସାଇନ୍ସେସ (ଏନବିଏଏମଏସ) ପକ୍ଷରୁ ପରୀକ୍ଷା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ।
ଏଣ୍ଟ୍ରାନ୍ସ ଏଗଜାମ୍ରେ ସ୍ବଚ୍ଛତା ଓ ପାରଦର୍ଶିତା ରଖିବାକୁ ୨ଟି ସିଫ୍ଟ ବଦଳରେ ଗୋଟିଏ ସିଫ୍ଟରେ କରିବାକୁ କହିଥିଲେ ସୁପ୍ରିମକୋର୍ଟ । ତେବେ ଗୋଟିଏ ସିଫ୍ଟରେ ପରୀକ୍ଷା କରିବାକୁ ହେଲେ ଅଧିକ ପରୀକ୍ଷା କେନ୍ଦ୍ର ଦରକାର। ସାରା ଦେଶରେ ୯୦୦ଟି ଅତିରିକ୍ତ ସେଣ୍ଟର ଏବଂ ସେଥିରେ ପ୍ରସ୍ତୁତି କରିବାକୁ ପଡିବ । ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା ସହ ସିଗନାଲ ଜାମର ଏବଂ ଅତ୍ୟାଧୁନିକ ସର୍ଭେଲାନ୍ସ ସିଷ୍ଟମର ଆବଶ୍ୟକତା ରହିଛି। ତେଣୁ ଏନେଇ ପ୍ରସ୍ତୁତି କରି ପରବର୍ତ୍ତୀ ତାରିଖ ଜଣାଇ ଦିଆଯିବ ବୋଲି NBEMS ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ ଯେ ନିଟ୍ ପିଜି ହେଉଛି ମେଡିକାଲ ଗ୍ରାଜୁଏଟ ମାନଙ୍କ ପାଇଁ ଏକ ଜାତୀୟ ସ୍ତରର ପରୀକ୍ଷା । ମେଡିକାଲ ଗ୍ରାଜୁଏଟମାନେ ଏମଡି, ଏମଏସ ଓ ପିଜି ଡିପ୍ଲୋମା ଲାଗି ଏହି ପରୀକ୍ଷା ଦେଇଥାନ୍ତି ।
Powered by Froala Editor