ଦିନରେ ସ୍କୁଲ୍ ଡ୍ରାଇଭର, ରାତିରେ ଚୋର

ଏକ ଆଶ୍ଚର୍ଯ୍ୟକର ଘଟଣାର ପର୍ଦ୍ଦାଫାଶ କରିଛି ଢେଙ୍କାନାଳ ଟାଉନ ଥାନା ପୋଲିସ । ଜଣେ ଲୁଟେରାକୁ ଗିରଫ କରିଥିବା ବେଳେ ତା' ନିକଟରୁ ଅନେକ ଲୁଟ୍ ସାମଗ୍ରୀ ସୁନା, ଗହଣା ଆଦି ଉଦ୍ଧାର କରିଛି । ଗିରଫ ଲୁଟେରା ଜଣଙ୍କ ଜଣେ ସ୍କୁଲ ଭ୍ୟାନ ଡ୍ରାଇଭର ହୋଇଥିବା ବେଳେ ଢେଙ୍କାନାଳ ସହରର ରଗଡି ସାହିର କହ୍ନେଇ ବାରିକ ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ ଯେ, କହ୍ନେଇ ବାରିକ ପ୍ରଫେସନ ଚୋରି ହେଲେ ଡାଟା ସଂଗ୍ରହ ପାଇଁ ସାଜିଥିଲା ସ୍କୁଲ ବସ୍ ଡ୍ରାଇଭର। ସ୍କୁଲ ଭ୍ୟାନରେ ସ୍କୁଲକୁ ପିଲାଙ୍କୁ ନେବାଆଣିବା ଲୁଟେରା କହ୍ନେଇର ଥିଲା ବାହାନା । ପ୍ରକୃତରେ ସ୍କୁଲକୁ ନେଉଥିବା ପିଲାଙ୍କ ପରିବାର ତାଙ୍କ ଟାର୍ଗେଟ୍ରେ ଥିଲେ । ଯେଉଁଦିନ କୌଣସି ପିଲା ସ୍କୁଲ ଯାଉନଥିଲେ ସେଦିନ ପିଲାର ଅଭିଭାବକଙ୍କ ଫୋନ୍ ଯୋଗେ ଘରେ କେତେଦିନ ଅନୁପସ୍ଥିତି ରହିବେ ସେ ସମ୍ପର୍କରେ ସୂଚନା ନେଉଥିଲେ । ପରେ ଏ ବାବଦରେ ଲୁଟ୍ ରାକେଟ୍କୁ ସୂଚନା ଦେଇ ମିଳିମିଶି ଉକ୍ତ ଘରେ ପଶି ସୁନା ଗହଣା ଓ ଟଙ୍କା ଆଦି ଲୁଟୁଥିଲେ । ଏଭଳି ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଛି ଟାଉନ ଥାନା ପୋଲିସ ।
ଗିରଫ ହେବା ପରେ, ପୋଲିସ ଲାପଟପ୍, ସ୍ମାର୍ଟୱାଚ୍, ସୁନା ଏବଂ ରୂପା ଅଳଙ୍କାର ଏବଂ ବିପୁଳ ପରିମାଣର ନଗଦ ସମେତ ପ୍ରାୟ ୧୦ ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ଜବତ କରିଛି। ବାରିକର ସହଯୋଗୀ ଥିଲେ କି ସେ ଏକା ଅପରାଧ ଘଟାଇଥିଲେ ତାହା ଜାଣିବା ପାଇଁ ପୋଲିସ କାର୍ଯ୍ୟ କରୁଥିବାରୁ ଆଗକୁ ଆହୁରି ଘଟଣାର ପର୍ଦ୍ଦାଫାସ ହେବ ବୋଲି କୁହାଯାଉଛି।
Powered by Froala Editor