ବାବୁଙ୍କ ଟଙ୍କାର ପାହାଡ ଦେଖି ଭିଜିଲାନ୍ସ କାବା

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଫସିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡଙ୍ଗୀ । ବାବୁଙ୍କ ଟଙ୍କାର ପାହାଡ ଦେଖି ଭିଜିଲାନ୍ସ କାବା । ଯେତେ ଗଣିଲେ, ସେତେ ବାହାରୁଛି । ଏଯାଏଁ ପ୍ରାୟ ଅଢେଇ କୋଟି ନଗଦ ଟଙ୍କା ଜବତ ହୋଇ ସାରିଲାଣି । ତଥାପି ସରୁନି । ଟଙ୍କା ଗଣି ଗଣି ହାଲିଆ ଭିଜିଲାନ୍ସ ଟିମ୍ । ଶେଷରେ ଟଙ୍କା ଗଣିବା ପାଇଁ ମେସିନ ଅଣାଯାଇଛି ।
ଘର ଭିତରୁ ଦୁଇ କୋଟି ୫୧ ଲକ୍ଷ, ବ୍ୟାଙ୍କ ଆଉ ବୀମାରେ ଡିପୋଜିଟ୍ ଏକ କୋଟି ୫୦ ଲକ୍ଷ, ଶେୟାର ମାର୍କେଟରେ ଲାଗିଛି ୨ କୋଟି ୭୦ ଲକ୍ଷ ଟଙ୍କା। ୨ଟି ଦାମୀ ବଙ୍ଗଳା, ୨ଟି ଫ୍ଲାଟ୍ ସହ ୭ଟି ଅତି ଦାମୀ ପ୍ଲଟ୍ । ତା ସହିତ ମାଣ ମାଣ ହୀରା, ସୁନା,ରୂପା ଅଳଙ୍କାର। କେବଳ ସେତିକି ନୁହେଁ, ଆମାଜନ ପେଟି ଭିତରେ ଲୁଚା ଯାଇଛି ଟଙ୍କା। ପେଟି ଚିରି କଳା ଟଙ୍କା ଜବତ କରୁଛି ଭିଜିଲାନ୍ସ ।
ଅଳଙ୍କାର, ହୀରା, ସୁନା, ରୂପା ତା ସହିତ ଦାମୀ ଘଣ୍ଟାର ଲମ୍ବା ତାଲିକା । ଦିନ ୧୨ଟା ସୁଦ୍ଧା ଏହା ଜବତ କରାଯାଇଛି । ଏବେ ମଧ୍ୟ ଚଢାଉ ଜାରି ରହିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡଙ୍ଗୀଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍।
Powered by Froala Editor