ମାତ୍ର ୪୫ ମିନିଟ୍ରେ ଏହି ଦୁଇ ବୀର ତିଆରି କରିଥିଲେ ‘ଅପରେସନ ସିନ୍ଦୂର’ ଲୋଗୋ

ପହଲଗାଓଁ ଆକ୍ରମଣର ପ୍ରତିଶୋଧ ନେବାକୁ ୭ମେରେ ଭାରତୀୟ ସେନା ଆରମ୍ଭ କରିଥିଲା ଅପରେସନ ସିନ୍ଦୂର । ଭାରତୀୟ ସେନା ନିଜର ବୀରତ୍ୱ ଏବଂ ସାହସ ଦେଖାଇ ମେ’ 7 ତାରିଖ ରାତିରେ ପାକିସ୍ତାନ ଏବଂ ପିଓକେରେ ଆତଙ୍କୀ ଆଡ଼ା ସ୍ଥଳ ଉପରେ ଆକ୍ରମଣ କରି ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଥିଲା । ଏହି ଅପରେସନ ଜରିଆରେ ଶତ୍ରୁ ଦେଶକୁ ଧୂଳି ଚଟାଇ ଆତଙ୍କୀଙ୍କ ଆଡ୍ଡାକୁ ଧ୍ୱଂସ କରିବା ସହ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିଥିଲା ଭାରତୀୟ ସେନା । ତେବେ ଏହି ଅପରେସନର ଲୋଗୋ କିଏ ତିଆରି କରିଥିଲା, ଡିଜାଇନ୍ କିଏ କରିଥିଲେ ତାହାକୁ ନେଇ ସବୁଠି ଚର୍ଚ୍ଚା । ଏହାକୁ କରିବାରେ ଦୁଇ ଜଣ ସେନା ସୈନିକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।
ଅପରେସନ ସିନ୍ଦୂରର ସୁନ୍ଦର ଲୋଗୋକୁ କର୍ଣ୍ଣେଲ ହର୍ଷ ଗୁପ୍ତା ଏବଂ ହାବିଲଦାର ସୁରିନ୍ଦର ସିଂହ ମିଳିତ ଭାବେ ତିଆରି କରିଥିଲେ । ସେନାର ଏହି ଦୁଇ ସାହାସୀ ସୈନିକ ଏହି ସୁନ୍ଦର ଲୋଗୋ ତିଆରି କରିଛନ୍ତି ଯାହା ଏବେ ଲୋକଙ୍କ ମନରେ ସବୁଦିନ ପାଇଁ ରହିବ । ଏହି ଦୁଇ ସେନା ଅଧିକାରୀ ସେନାର ରଣନୈତିକ ଯୋଗାଯୋଗରେ ନିୟୋଜିତ ହୋଇଛନ୍ତି । କର୍ଣ୍ଣେଲ ହର୍ଷ ଗୁପ୍ତା ପଞ୍ଜାବ ରେଜିମେଣ୍ଟରୁ ଆସିଥିବା ବେଳେ ହାବିଲଦାର ସୁରିନ୍ଦର ସିଂହ ସେନାର ଶିକ୍ଷା କୋର ସହିତ ଜଡିତ ଅଛନ୍ତି । ଏହି ଲୋଗୋଟି ଏପର୍ଯ୍ୟନ୍ତ ଟ୍ୱିଟରରେ ୯କୋଟି ଥର ଏବଂ ଇନଷ୍ଟାଗ୍ରାମରେ ୫୧କୋଟି ଥର ଦେଖାଯାଇଛି ।
ବାସ୍ତବରେ ଭାରତୀୟ ସେନାର ଅପରେସନ ସିନ୍ଦୂରକୁ ନେଇ ଉତ୍ସର୍ଗୀକୃତ ପତ୍ରିକା ‘ବାତଚିତ୍’ର ସଦ୍ୟତମ ସଂସ୍କରଣରେ ଉଭୟଙ୍କ ଫଟୋ ମଧ୍ୟ ସ୍ଥାନ ପାଇଛି । ପତ୍ରିକାର 17 ପୃଷ୍ଠାର ପ୍ରଥମ ଭାଗରେ, ବଡ଼ ଅକ୍ଷରରେ ଲୋଗୋ ପ୍ରଦର୍ଶିତ ହୋଇଛି, ଯାହା ଉପରେ ଭାରତୀୟ ସେନାର ପ୍ରତୀକ ରହିଛି । ମାତ୍ର ୪୫ ମିନିଟରେ ଏହି ଲୋଗୋ ଡିଜାଇନ୍ ହୋଇଥିଲା । ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି ।
Powered by Froala Editor