ପାରାଙ୍କୁ ଖାଇବାକୁ ଦେଇ ୮୦ ହଜାର ଟଙ୍କା ଜରିମାନା ଗଣିଲେ

ପଶୁପକ୍ଷୀମାନଙ୍କୁ ଖାଇବାକୁ ଦେବା ଭାରତୀୟ ସଂସ୍କୃତିର ଏକ ଅଂଶ। କିନ୍ତୁ ଭାରତୀୟ ବଂଶୋଦ୍ଭବ ବୃଦ୍ଧା ମହିଳା ସିଙ୍ଗାପୁରରେ ତାଙ୍କ ଆପାର୍ଟମେଣ୍ଟ ନିକଟରେ ପାରାଗୁଡ଼ିକୁ ଖାଇବାକୁ ଦେଇ ଆଇନ ଜାଲରେ ଫସିଯାଇଛନ୍ତି । ଏଣୁ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି ।
୭୦ ବର୍ଷୀୟ ବୃଦ୍ଧା ମହିଳା ସିଙ୍ଗାପୁରରେ ତାଙ୍କ ଆପାର୍ଟମେଣ୍ଟ ନିକଟରେ ପାରାଗୁଡ଼ିକୁ ମଧ୍ୟ ଖାଇବାକୁ ଦେଉଥିଲେ। କିନ୍ତୁ ଏହି କାର୍ଯ୍ୟ ସିଂଗାପୁରରେ ବେଆଇନ । ଏଣୁ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି । ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯବା ସହ ପ୍ରାୟ ୧୨୦୦ ସିଙ୍ଗାପୁର ଡଲାର (୯୩୦ ଆମେରିକୀୟ ଡଲାର ବା ପ୍ରାୟ ୮୦ ହଜାର ଟଙ୍କା) ଜରିମାନା କରାଯାଇଛି। ଶାମଲା (୭୦) ବନ୍ୟପ୍ରାଣୀ ଆଇନ ଅନୁଯାୟୀ ବନ୍ୟ ପକ୍ଷୀମାନଙ୍କୁ ଖାଇବାକୁ ଦେବାର ଦୁଇଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଭାରତୀୟ ସଂସ୍କୃତିରେ ପଶୁପକ୍ଷୀଙ୍କୁ ଖୁଆଇବା ପୂଣ୍ୟକାମ ବୋଲି ଗଣନା କରାଯାଏ । କିନ୍ତୁ ପୁଣ୍ୟ କାମ କରି ବି ଲୋକମାନେ ଫସିଯାଆନ୍ତି ।
Powered by Froala Editor