ଏହି ଦିଗକୁ ମୁଣ୍ଡ କରି ଶୋଇଲେ ହୋଇଥାଏ ଆରାମଦାୟକ ନିଦ

ବାସ୍ତୁ ଶାସ୍ତ୍ରରେ ଖାଦ୍ୟ ଖାଇବା, ଶୋଇବା, ପାଠ ପଢିବା, ପୂଜା କରିବା ପାଇଁ ସଠିକ୍ ଦିଗର ବର୍ଣ୍ଣନା କରାଯାଇଛି । ସେହିଭଳି ଭୁଲ୍ ଦିଗରେ ଏସବୁ କାମ କରିବା ଦ୍ୱାରା ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଜୀବନରେ ଅଶାନ୍ତି, ଘରେ କଳହ, ଆର୍ଥିକ ସସମ୍ୟା ଲାଗି ରହିଥାଏ । ରୋଗ-ଧନର ଅଭାବ ମଧ୍ୟ ଲାଗି ରୁହେ । ବାସ୍ତୁ ଅନୁସାରେ ଭୁଲ୍ ଦିଗକୁ ମୁଣ୍ଡ କରି ଶୋଇଲେ ଶରୀରରେ ରୋଗ ଲାଗି ରହିଥାଏ । ସର୍ବଦା ଅସୁସ୍ଥ ରହିଥାନ୍ତି।
କୁହାଯାଏ ପର୍ଯ୍ୟାପ୍ତ ଓ ଶାନ୍ତିରେ ଶୋଇଲେ ଶରୀର ସୁସ୍ଥ ରହିଥାଏ । ବାସ୍ତୁ ଅନୁସାରେ ସଠିକ୍ ଦିଗକୁ ମୁଣ୍ଡ କରି ଶୋଇଲେ ଭଲ ନିଦ, ଦେବୀ-ଦେବତାଙ୍କ ଆଶୀର୍ବାଦ,କୃପା ପ୍ରାପ୍ତି ହୋଇଥାଏ ।
ଭୁଲ୍ ଦିଗକୁ ମୁଣ୍ଡ କରି ଶୋଇଲେ, ମାନସିକ ଦୁଃଶ୍ଚିନ୍ତା ସହ ଅନେକ ଶାରିରୀକ ସମସ୍ୟା ଓ ଧନ ଅଭାବ ଲାଗି ରହିଥାଏ।
ଆର୍ଥିକ ସମସ୍ୟା ସହ କରଜ ଲାଗି ରହିଥାଏ।
ମାତ୍ର ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବାକୁ ଉତ୍ତମ ବୋଲି ମାନ୍ୟତା ରହିଛି। ଶାନ୍ତି ଓ ଆରାମଦାୟକ ନିଦ ହୋଇଥାଏ।
ଦକ୍ଷିଣ ଭଳି ପୂର୍ବ ଓ ପଶ୍ଚିମ ଦିଗକୁ ମଧ୍ୟ ମୁଣ୍ଡ କରି ଶୋଇପାରିବେ। ମାତ୍ର ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବାକୁ ବାରଣ କରାଯାଇଛି।
Powered by Froala Editor