ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ବର: ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଘସିଆନ ଗାଁ ନିକଟ ଏକ ଗଛରୁ ଜଣେ ଯବାନଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ରବିବାର ପୁଲିସ ଜବତ କରିଛି। ଯବାନ ଜଣକ ହେଲେ ଗଣେଶରାମ ଭୋଇ ଏବଂ ସେ କେନ୍ଦ୍ରୀୟ ସଂରକ୍ଷିତ ପୁଲିସ ବଳ(ସିଆରପିଏଫ)ରେ ନିଯୁକ୍ତ ଥିଲେ। ଛୁଟି କାଟିବାକୁ ସେ ଗାଁକୁ ଆସିଥିବାବେଳେ ଗତ ଶୁକ୍ରବାରଠାରୁ ନିଖୋଜ ଥିଲେ। ରବିବାର ତାଙ୍କ ମୃତଦେହ ମିଳିବା ପରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି। ଯବାନଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି।
Powered by Froala Editor